ବିଜେପିରେ ମିଶିଲେ ବୈଷ୍ଣବ

ସତ୍ୟପାଠ ବ୍ୟୁରୋ : ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିବା ପରେ ଆଜି ସେ ରାଜ୍ୟ କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି । ଓଡିଶାର ପ୍ରଗତୀ ଓ ବିକାଶ ପାଇଁ ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ ତାହା କରିବେ ବୋଲି କହିଛନ୍ତି ।

ଗତକାଲି ବୈଷ୍ଣବଙ୍କୁ ଉଭୟ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ପରେ ବିଜେପି ତରଫରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ଓ ତାଙ୍କୁ ବିଜେଡି ସମର୍ଥନ ଦେଉଥିବା ଦଳ ପକ୍ଷରୁ କୁହାଯାଇଥିଲା ।

Related Posts