ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା; ନୂଆ ତାରିଖ ଘୋଷଣା କଲା ଓପିଏସସି, ବନ୍ୟା ପାଇଁ ସ୍ଥଗିତ ଥିଲା ପରୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବନ୍ୟା ପାଇଁ ଏଏସଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଏହି ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୭ ତାରିଖ ଦିନ ୩ଟି ସିଟିଙ୍ଗରେ ପରୀକ୍ଷା ଅନଷ୍ଠିତ ହେବ। ପ୍ରଥମ ସିଟିଙ୍ଗ ୯ଟାରୁ ଆରମ୍ଭ କରି ୧୦.୩୦ ପର୍ଯ୍ୟନ୍ତ ହେବ । ଏହାପରେ ଦ୍ୱିତୀୟ ସିଟିଙ୍ଗ ୧୧.୩୦ ରୁ୧ ଟା ପର୍ଯ୍ୟନ୍ତ ହେବ । ଏବଂ ତୃତୀୟ ସିଟିଙ୍ଗ ପରୀକ୍ଷା ୨.୩୦ ରୁ ୪.୩୦ ପର୍ଯ୍ୟନ୍ତ ହେବ । ତେବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ୩୦ ମିନିଟ ଅଧିକ ସମୟ ରହିଛି ।

ସୂଚନାମୁତାବକ, ପ୍ରଥମ ପେପର ସାଧାରଣଜ୍ଞାନ ରହିଛି, ଦ୍ୱିତୀୟ ପେପର ରିଜୋନିଙ୍ଗ ଆଉ ଗଣିତ ରହିଛି ଏବଂ ତୃତୀୟ ପେପର ଇଂରାଜୀ ଏବଂ ଓଡିଆ ରହିଛି । ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଥିବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା । ଯାହାକି ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ।

Related Posts