କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର; ପ୍ୟାର୍ଯ୍ୟୟ କ୍ରମେ ବନ୍ଦ୍ ହେଲା ୧୦ଟି ଗେଟ୍, ବାକି ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ କମୁଛି ଜଳସ୍ତର। ସେଥିପାଇଁ ଆଜି ହୀରାକୁଦରେ ମୋଟ ୧୦ଟି ଗେଟ୍ ବନ୍ଦ ହୋଇଛି । ଶନିବାର ପ୍ରଥମେ ୪ଟି ଗେଟ୍‌, ଆଉ ଏବେ ୬ଟି ଗେଟ୍‌ ବନ୍ଦ ହୋଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଖବର ଅନୁଯାୟୀ, ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରେ ପାଣିର ସ୍ତର କମିବାରେ ଲାଗିଛି । ଏବେ ଜଳଭଣ୍ଡାରରେ ଧୀରେ ଧୀରେ ପାଣି କମିବା ପରେ ଗେଟ୍‌ ମଧ୍ୟ ବନ୍ଦ କରାଯାଉଛି । ଶନିବାର ସକାଳେ ପ୍ରଥମେ ୪ଟି ଗେଟ୍‌ ବନ୍ଦ ହୋଇଥିବା ବେଳେ ଏବେ ଆଉ ୬ଟି ଗେଟ୍‌କୁ ବନ୍ଦ କରାଯାଇଛି । ଏବେ ସୁଦ୍ଧା ମୋଟ ୧୦ଟି ଗେଟ୍‌ ବନ୍ଦ ହୋଇଛି । ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି । ଡାହାଣ ପଟେ ୪ଟି ଗେଟ୍‌ ଖୋଲିଥିବା ବେଳେ ବାମ ପଟେ ୬ଟି ଗେଟ୍‌ ଖୋଲିଛି ।

Related Posts