ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ସ୍ଥଗିତ ରହିଲା ଏଏସଓ ଲିଖିତ ପରିକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି, ଯାହାଫଳରେ ଲୋକମାନେ ଗମନାଗମନ ପାଇଁ ଅସୁବିଧା ଭୋଗୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବନ୍ୟା ପାଇଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଲିଖିତ ପରିକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ସ୍ଥଗିତ ହୋଇଛି । ଏନେଇ ସୂଚନା ଦେଇଛି ଓପିଏସସି ।ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥିଗତ କରାଯାଇଥିବା କୁହାଯାଉଛି ।ଅନ୍ୟାଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇଦିଆଯିବ ବୋଲି ସୂଚନା ଦିଆଯାଇଛି ।

Related Posts