ସାବରମତୀ ଆଶ୍ରମରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ, ବୁଲାଇଲେ ଅରଟ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜି ଗୁଜରାଟର ଅହମ୍ମଦାବାଦ୍‌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ କରିଛନ୍ତି।

ସେହିପରି ସେଠାରେ ଅହମ୍ମଦାବାଦ ମେୟର, ରାଜ୍ୟ ମୁଖ ସଚିବ, ଗୁଜରାଟ ପୁଲିସ ଡିଜି ଆଶିସ୍‌ ଭାଟିଆ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଅହମ୍ମଦାବାଦ ପୁଲିସ କମିଶନର ଉପସ୍ଥିତ ଥିଲେ। ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ |

ଗୁଜରାଟ ଅହମଦାବାଦର ପହଂଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ସେ ଯାଇ ଗାନ୍ଧୀ ଆଶ୍ରମ ଯାଇ ବୁଲିଥିଲେ ।

ତେବେ ସାବରମତୀ ଆଶ୍ରମରେ ପହଞ୍ଚି ବୋରିସ୍ ସେଠାରେ ଅରଟ ବୁଲାଇଥିବା ଦେଖିବାକୁ ମିଳିଛି । ଏହା ପରେ ସେ ଅତିଥି ପୁସ୍ତକରେ ଏକ ନୋଟ୍ ମଧ୍ୟ ଲେଖିଥିଲେ । ଏଥିରେ ସେ ଲେଖିଛନ୍ତି ଯେ ଏହି ଆଶ୍ରମକୁ ଆସିବା ମୋ ପାଇଁ ସୌଭାଗ୍ୟର କଥା । ଏହା ବୁଝିବାର ବିଷୟ ଯେ ଜଣେ ସାଧାରଣ ବ୍ୟକ୍ତି ବିଶ୍ୱର ଉନ୍ନତି ପାଇଁ ସଂଗଠିତ ସତ୍ୟ ଏବଂ ଅହିଂସା ନୀତି ଅନୁସରଣ କରନ୍ତି ।

ସୂଚନା ଥାଉକି ବ୍ରିଟେନ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ଆର୍ଥିକ ବୁଝାମଣା ନେଇ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଭାରତ-ବ୍ରିଟେନ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ଼ ପାଇଁ ଅହମ୍ମଦାବାଦରେ ମଧ୍ୟ ବୋରିସ ଜନ୍‌ସନ୍‌ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟତଃ ମୁକ୍ତ ବାଣିଜ୍ୟ, ଶକ୍ତି କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ନେଇତାଙ୍କ ଗସ୍ତ ଗୁରୁତ୍ୱବହନ କରୁଛି। ଆଜି ଦିନ ତମାମ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗୁଜରାଟରେ କଟାଇବେ। ଡିନର ପରେ ବିଳମ୍ବିତ ସନ୍ଧ୍ୟାରେ ସେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ବୋରିସ ଜନ୍‌ସନ୍‌ ପୂର୍ବରୁ ଭାରତ ଆସିବାର କର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ କୋଭିଡ୍‌ ମହାମାରୀ ଯୋଗୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଅନ୍ୟପଟେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଚାଲୁଥିବା ବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ମହତ୍ୱ ରଖୁଛି।

Related Posts