ସାବଧାନ ଦୁଷ୍କର୍ମକାରୀ ! ପେରୁ ସରକାର ଆଣିବାକୁ ଯାଉଛନ୍ତି କଡା ଆଇନ, ଦୁଷ୍କର୍ମ କଲେ କରି ଦିଆଯିବ ନପୁଂଶକ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିବାକୁ ଲାଗୁଛି | ଫଳରେ ବଢ଼ୁଥିବା ଏହି ଅପରାଧ ବିରୋଧରେ କଡା ଆଇନ ଆଣିବାକୁ ଯାଉଛନ୍ତି ପେରୁ ସରକାର । ସାବଧାନ ହୋଇଯାଆନ୍ତୁ ଦୁଷ୍କର୍ମକାରୀ | ଏଣିକି ରେପ୍‌ ଭଳି ଜଘନ୍ୟ ଅପରାଧ ଘଟାଇଲେ ପରିଣାମ ସୂରୁପ ଭୟଙ୍କର ଦଶା ଭୋଗିବାକୁ ପଡ଼ିବ। ଦୁଷ୍କର୍ମ କଲେ ନପୁଂଶକ କରି ଦିଆଯିବ। ଏସମ୍ପର୍କରେ ଏକ ବିଲ ଆଗତ କରିବାକୁ ଯୋଜନା କରୁଛନ୍ତି ପେରୁ ସରକାର। ଜଣେ ୩ ବର୍ଷର ନାବଳିକା ପ୍ରତି ଦୁଷ୍କର୍ମ ଘଟଣା ସାରା ଦେଶରେ ହଇଚିଇ ସୃଷ୍ଟି କରିଛି।

ତେଣୁ ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବାକୁ ବିଚାର କରାଯାଇଥିବା ପେରୁ ମନ୍ତ୍ରୀ ତଥା ଜଷ୍ଟିସ ଫେଲିକ୍ସ ଚେରୋ କହିଛନ୍ତି। ରସାୟନିକ ପଦ୍ଧତିରେ ଏହା କରାଯିବ। କ୍ୟାବିନେଟରେ ଏହି ନିଷ୍ପତ୍ତି ନେବା ପରେ ବିଲ ଆସି ପାରିତ କରାଯିବ। ଦୋଷୀଙ୍କୁ ଉଭୟ ଜେଲ ସାଙ୍ଗକୁ ନଂପୁଶକ କରାଯିବ। ଜେଲରୁ ମୁକୁଳିବା ପରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯିବ।

ନିକଟରେ ୪୮ ବର୍ଷର ଜଣେ ବ୍ୟକ୍ତି ୩ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଝିଅଟି ଗୁରୁତର ହେବା ପରେ ତାଙ୍କୁ ହସପିଟାଲରେହ ଚିକିତ୍ସା କରାଯାଇଛି। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି।

Related Posts