ଗୋରଖନାଥ ମନ୍ଦିରରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ ମାମଲା; ତଦନ୍ତ କରିବେ ଏଟିଏସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋରଖନାଥ ମନ୍ଦିରରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ ମାମଲାରେ ଆକ୍ସନ ମୋଡରେ ଯୋଗୀ ଆଦିତ୍ୟନାଥ । ତେବେ ଏହି ଘଟଣାକୁ ନେଇ ୟୁପି ପୁଲିସ କହିଛି ଯେ ଘଟଣା ପଛରେ ଆତଙ୍କବାଦୀ ଲିଙ୍କକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସେପଟେ ୟୁପି ସରକାର ଘଟଣାର ତଦନ୍ତ କରିବାକୁ ଏଟିଏସକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ସନ୍ଧ୍ୟାରେ ଗୋରଖପୁର ଯାଇ ସ୍ଥିତି ସମୀକ୍ଷା କରିବେ । ଏହି ଘଟଣାରେ ମୁର୍ତାଜା ନାମକ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ମୁର୍ତାଜା ତୀକ୍ଷ୍ଣ ଅସ୍ତ୍ରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଠ ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣ କରି ସେ ମଧ୍ୟ ଗୋରଖନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ତେବେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ । ଏହି ଘଟଣାକୁ ନେଇ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଜଣେ ବ୍ୟକ୍ତି ଜବରଦସ୍ତ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ଏବଂ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଗୋରଖପୁରର ବାସିନ୍ଦା ଅହମ୍ମଦ ମୁର୍ତାଜା ଅବ୍ବାସି ବୋଲି ଜଣାପଡିଥିବାବେଳେ ସେ ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଂ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts