ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ସେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପ୍ରୋଟକଲ ମାନି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ , କଂଗ୍ରେସ ନେତ୍ରୀ ବିଜୟ ଲକ୍ଷ୍ମୀ ସାହୁ , ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଦଳର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ମେ ୧୬ ତାରିଖରେ ମତଦାନ ଏବଂ ମେ ୧୯ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ଅଜିତ୍ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ । କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଫଳରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ପରେ ମେ ୧୩ ରେ ସାନି ଭୋଟ ଗ୍ରହଣ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । କିନ୍ତୁ ସେହିଦିନ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ପୁଣି ଥରେ ମେ ୧୬ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ବିଶ୍ୱକେଶନ ମହାପାତ୍ର ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବାସିନ୍ଦା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଏ.ଏଲ୍‌.ଏଲ୍‌.ବି । ସେ ପେଶାରେ ଜଣେ ଆଇନଜୀବୀ । ସେ ଜିଲ୍ଲା ସେବା ଦଳ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

Related Posts