ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି‘ମହା ବିକାଶ ଅଘାଡ଼ି’ ସରକାରକୁ ବିଜେପି ସବୁବେଳେ ୩ ଚକିଆ ସରକାର କହୁଥିଲା । ଆଜି ଏହି ମନ୍ତବ୍ୟ କୁ ବିଦ୍ରୂପ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏବେ ଅଟୋରିକ୍‌ସା ମର୍ସିଡିଜ୍‌କୁ ଟପିଯାଇଛି। ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’କୁ ସିନ୍ଦେ କହିଛନ୍ତି, ଆମ ସରକାର ସାଧାରଣ ଜନତାଙ୍କ ନିମନ୍ତେ ଏବଂ ସମାଜର ସବୁ ବର୍ଗର ‌ଜନତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିବଦ୍ଧ।


ସେ କହିଛନ୍ତି ଆମ ସରକାର ଏଭଳି କାମ କରିବା ଯେପରି ସାଧାରଣ ଜନତା ଏହାକୁ ନିଜସ୍ଵ ସରକାର ବୋଲି କହିବେ। ଏ ସରକାର ସାଧାରଣ ଜନତାଙ୍କର ଓ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ହୋଇଥିବାରୁ ଆଜି ଅଟୋରିକ୍ସା ମର୍ସିଡିଜ୍‌ କାର୍‌କୁ ପଛରେ ପକାଇ ଆଗକୁ ଟପି ଯାଇଛି। ଆମେ ଏଭଳି ଢଙ୍ଗରେ କାମ କରିବୁ ଯେପରି ପ୍ରତିଟି ଭୋଟର, ସବୁ ରାଜ୍ୟବାସୀ ଙ୍କ ର ମନେହେବ ଏହା ସାଧାରଣ ଲୋକ ଙ୍କ ସରକାର ଓ ସାଧାରଣ ଲୋକଙ୍କ ପାଇଁ କାମ କରିବ। ଏହା ହେଉଛି ପୂର୍ବ ସରକାର ଓ ଆମ ଭିତରେ ପାର୍ଥକ୍ୟ।