
ମୃତ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହତ୍ୟାକାଣ୍ଡ ଘଟଣାରେ ମୃତତଙ୍କ ପରିବାରକୁ କ୍ଷତପୂରଣ ଦେବେ କର୍ଣ୍ଣାଟକ ସରକାର। ଗତ ଫେବୃଆରୀରେ କର୍ଣ୍ଣାଟକ ଶିବାମୋଗାରେ ୨୩ ବର୍ଷୀୟ ହର୍ଷଙ୍କୁ ହତ୍ୟା କରାଯାଇଥିଲା । ତେବେ ସରକାରଂକ ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ମନ୍ତ୍ରୀ ରାଜ କେ.ଏସ ଇଶ୍ୱରପ୍ପା ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା କହିଛନ୍ତି, କ୍ଷତିପୂରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଫୋନ୍ କଲ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା ମଧ୍ୟ ମାର୍ଚ୍ଚ ୬ ତାରିଖରେ ମୃତ ହର୍ଷଙ୍କ ପରିବାରକୁ ଭେଟିବା ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଫେବୃଆରୀ 20 ରାତିରେ ଶିବମୋଗା ଜିଲ୍ଲାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୨୩ ବର୍ଷୀୟ ହର୍ଷଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଅଂଚଳରେ ଉତେଜେନ ପ୍ରକାଶ ପାଇଥିଲା । ପରେ ଏହି ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।