ବ୍ୟାଙ୍କ ଠକେଇ ମାମଲା: CBI ପଞ୍ଝାରେ ଆପ୍ ବିଧାୟକ

ଚଣ୍ଡିଗଡ: ବ୍ୟାଙ୍କ ଠକେଇ ମାମଲାରେ ପଞ୍ଜାବ ଆପ୍ ବିଧାୟକ। ପ୍ରାୟ 40 କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପଞ୍ଜାବ ଆପ୍ ବିଧାୟକଙ୍କ ଘରେ ରେଡ୍ କରିଛି CBI ।

ଶନିବାର ଆମ ଆଦମୀ ପାର୍ଟି(AAP) ବିଧାୟକ ଯଶୱନ୍ତ ସିଂହ ଗଜ୍ଜନ ମଜ୍‌ରାଙ୍କ(Jaswant Singh Gajjan Majra) ଘରେ ରେଡ୍‌ କରିଛି ଭିଜିଲାନ୍ସ । ବିଧାୟକଙ୍କ ମଲେରକୋଟଲା, ଲୁଧିଆନା ସମେତ ବିଭିନ୍ନ ଠିକଣାରେ ରେଡ୍ ହୋଇଛି । ସୂଚନା ଅନୁଯାୟୀ, ରେଡ୍‌ ସମୟରେ CBI ତାଙ୍କ ଘରୁ 94ଟି ବ୍ଲାଙ୍କ ଚେକ୍ ସମେତ 16.57 ଲକ୍ଷ ନଗଦ ଟଙ୍କା, 88 ବିଦେଶୀ ମୁଦ୍ରା ଓ କିଛି ସମ୍ପତ୍ତି ଦଲିଲ୍‌ ଜବତ କରିଛି ।

CBI ମୁଖପାତ୍ର ଆର.ସି.ଯୋଶୀ କହିଛନ୍ତି, ”ବ୍ୟାଙ୍କ ଅଫ୍ ବରୋଦା ଏକ କମ୍ପାନୀ ବିରୁଦ୍ଧରେ 40 କୋଟି ଟଙ୍କାର ଲୋନ ଠକେଇ ଅଭିଯୋଗ କରିଥିଲା । ଯେଉଁ କମ୍ପାନୀର ନିର୍ଦ୍ଦେଶକ ଥିଲେ ବିଧାୟକ ଯଶବନ୍ତ ସିଂହ । ଏହି ମାମଲାରେ ବିଧାୟକ ଯଶୱନ୍ତ ସିଂହଙ୍କ ଘରେ ରେଡ୍ ହୋଇଛି । ଏଥିସହ ବିଧାୟକଙ୍କ ଭାଇ ବଲବନ୍ତ ସିଂହ ଓ କୁଲବନ୍ତ ସିଂହ ଏବଂ ପୁତୁରା ତେଜିନ୍ଦର ସିଂହଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଶୁକ୍ରବାର ଦିଲ୍ଲୀ ବିଜେପି ନେତା ତାଜିନ୍ଦର ପାଲି ସିଂହ ବାଗାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବାର ଗୋଟିଏ ଦିନ ପରେ ଆପ୍ ବିଧାୟକଙ୍କ ଘରେ CBI ରେଡ୍ କରିଛି ।

Related Posts