ସପ୍ତାହରେ ପାଞ୍ଚ ଦିନ ବନ୍ଦ ପରେ ଖୋଲିଲା ବ୍ୟାଙ୍କ

ଗତ ଗୋଟିଏ ସପ୍ତାହ ଧରି ହଇରାଣ ହେଉଥିବା ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଭଲ ଖବର । ଗୁରୁବାରଠାରୁ ସରକାରୀ ବ୍ୟାଙ୍କ ଗୁଡ଼ିକ ଖୋଲିଛି । ଗତ ସପ୍ତାହକ ମଧ୍ୟରେ 5 ଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ଗ୍ରାହକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ ।

ଗତ ଗୋଟିଏ ସପ୍ତାହର କଥା କହିଲେ ଡିସେମ୍ବର 21 ଓ 26 ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଷ୍ଟ୍ରାଇକ୍‌ କରିଥିଲେ । ଫଳରେ ବ୍ୟାଙ୍କ ବନ୍ଦ ରହିଥିଲା । 22 ଡିସେମ୍ବରରେ ଶନିବାର ପାଇଁ ଛୁଟି ଓ ଡିସେମ୍ବର 23ରେ ରବିବାର ପାଇଁ ବନ୍ଦ ଥିଲା ବ୍ୟାଙ୍କ ।
25 ଡିସେମ୍ବରରେ ଖ୍ରୀଷ୍ଟମାସର ଛୁଟି ଥିଲା ।

ସାଧାରଣ ଲୋକେ ହଇରାଣ ହେଲେ । କିନ୍ତୁ ବ୍ୟାଙ୍କ ୟୁନିୟନ ଗୁଡ଼ିକ ଦାବି କଲେ ଯେ ଆନ୍ଦୋଳନରେ 10 ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ୍‌ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କର 9ଟି ୟୁନିୟନ ଏହି ଆନ୍ଦୋଳନକୁ ସମର୍ଥନ କଲେ । ଏହି ଆନ୍ଦୋଳନ ପଛର କାରଣ ହେଲା ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍‌ ବରୋଦାରେ ବିଲୟ ନେଇ ସରକାରଙ୍କ ଘୋଷଣା ।

ୟୁନିୟନ ଗୁଡ଼ିକ ଦାବି କରୁଛନ୍ତି ଯେ ସରକାର ବିଲୟ ମାଧ୍ୟମରେ ବ୍ୟାଙ୍କ ଗୁଡ଼ିକର ଆକାର ବଢ଼ାଇବାକୁ ଚାହୁଁଛନ୍ତି । ଏହି ବିଲୟ ଫଳରେ ବ୍ୟାଙ୍କ ଅଫ୍‌ ବରୋଦା ଦେଶର ତୃତୀୟ ବଡ଼ ବ୍ୟାଙ୍କ ହୋଇଯିବ । ସେପଟେ ବ୍ୟାଙ୍କ କର୍ମଚାରୀ ୟୁନିୟନ ଦରମା ବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ରହିଛି । ବ୍ୟାଙ୍କ ୟୁନିୟନମାନେ କହିଲେ ଯେ ଆନ୍ଦୋଳନ ସମ୍ପର୍କରେ ସେମାନେ ନିଜ ଗ୍ରାହକଙ୍କୁ ପୂର୍ବରୁ ହିଁ ସୂଚନା ଦେଇଥିଲେ । କିନ୍ତୁ ପ୍ରଶ୍ନ ହେଲା କେବଳ ସୂଚନା ଦେଇଦେଲେ ସାଧାରଣ ଲୋକଙ୍କ ବ୍ୟାଙ୍କିଂ ଆବଶ୍ୟକତା ପୂରଣ ହୋଇଯିବ ?

Related Posts