ବଦଳିଗଲେ ବାବା

ବାବା ରାମଦେବ କହିଛନ୍ତି, ‘ ଏବେ ଦେଶରେ ରାଜନୈତିକ ସ୍ଥିତି ଦ୍ବନ୍ଦାତ୍ମକ, ମୁଁ କହିପାରିବି ନାହିଁ ଯେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ବା କିଏ ଦେଶର ନେତୃତ୍ବ ନେବ ?’

ବିଧାନସଭା ନିର୍ବାଚନର ଫଳାଫଳ ପରେ ବଦଳିଥିବା ରାଜନୈତିକ ପରିବେଶ ଯୋଗ ଗୁରୁ ବାବା ରାମଦେବଙ୍କୁ ବି ବଦଳିବାକୁ ବାଧ୍ୟ କରିଛି । ସବୁବେଳେ ନମୋ ନମୋ ଘୋଷି ହେଉଥିବା ବାବା, 2019 ନିର୍ବାଚନରେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ପ୍ରଶ୍ନ ଉପରେ ରଖିଛନ୍ତି ଭିନ୍ନ ମତ । ବାବା ରାମଦେବ କହିଛନ୍ତି, ‘ ଏବେ ଦେଶରେ ରାଜନୈତିକ ସ୍ଥିତି ଦ୍ବନ୍ଦାତ୍ମକ, ମୁଁ କହିପାରିବି ନାହିଁ ଯେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ବା କିଏ ଦେଶର ନେତୃତ୍ବ ନେବ ?’

ଯୋଗଗୁରୁରୁ ବ୍ୟବସାୟୀ ହେଲେ ବାବା ରାମଦେବ । ନିଜ ରାଜନୈତିକ ମନ୍ତବ୍ୟ ପାଇଁ ସବୁବେଳେ ରାମଦେବ ଚର୍ଚ୍ଚାରେ ଥାଆନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କରି ଥକୁ ନ ଥିବା ଯୋଗ ଗୁରୁ ବାବା ରାମଦେବ ଦେଶରେ ପରିବର୍ତ୍ତିତ ରାଜନୈତିକ ପାଣିପାଗକୁ ଦେଖି ଏବେ ନିଜେ ବି ବଦଳି ଯାଇଛନ୍ତି ।

ତାମିଲନାଡୁଙ୍କ ମଦୁରାଇରେ ଯୋଗ ଗୁରୁ ବାବା ରାମଦେବଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀଙ୍କ ନାମକୁ ନେଇ ପ୍ରଶ୍ନ କରାଗଲା । ପ୍ରଥମେ ବାବା ହସିଲେ, ତା ପରେ ଇଂରାଜୀରେ ମାପି ଚୁପି, ବେଶ୍‌ ସତର୍କତାର ସହ, ପ୍ରଧାନମନ୍ତ୍ରୀ ନାମକୁ ନେଇ ମୌନ ହୋଇଗଲେ । ବାବା ରାମଦେବ କେବଳ ଏତିକି କହିଲେ ଯେ ରାଜନୈତିକ ଚିତ୍ର ସସ୍‌ପେନ୍ସଫୁଲ୍‌ ରହିଛି ।

ତେବେ ରାମଦେବ କହିଛନ୍ତି, ‘ଏବେ ମୋର ବ୍ୟକ୍ତିଗତ ଚିନ୍ତାଧାରା ହେଲା, ମୁଁ ସର୍ବଦଳୀୟ କିମ୍ବା ନିର୍ଦ୍ଦଳୀୟ କାହା ସହିତ ନାହିଁ, ନା କୌଣସି ବ୍ୟକ୍ତି ସହ ଅଛି, ନା କୌଣସି ପାର୍ଟି ବିରୋଧରେ ଅଛି ।’’

Related Posts