OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍

କଟକ: OLXରେ ବିକ୍ରି ହେଲା ବାରବାଟୀ ଟିକେଟ୍ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ଟକ୍କର ପାଇଁ ଏବେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢୁଥିବା ବେଳେ, ଏବେ ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍ ବ୍ଲାକ୍ କରୁଥିବା ଦେଖିବାକୁ ମିଳିଛି ।

OLXରେ ଟିକେଟ ଗୋଟାକୁ ୧୦ ହଜାର ୧ ଟଙ୍କା ରଖାଯାଇଛି । ଭୁବନେଶ୍ବର ଓ କଟକରୁ ଟିକେଟ ବିକ୍ରି ପାଇଁ ଅପଲୋଡ ହୋଇଛି । ଏହାଛଡା ସୋସିଆଲ ମିଡିଆ ସହାୟତାରେ ଟିକେଟ ବିକ୍ରି କରିବାକୁ ଖୋଲାଖୋଲି ପୋଷ୍ଟ କରୁଛନ୍ତି । ଏଥିରେ କେଉଁ ଗ୍ୟାଲେରୀ ଟିକେଟ୍ କେତେ ଦାମରେ ବିକ୍ରି ହେବ ତା’ର ସବିଶେଷ ଦାମ ଲେଖି ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ଗୋଟିଏ ଟିକେଟକୁ ୪ ରୁ ୫ ଗୁଣ ଅଧିକ ଦାମ ଦାବୀ କରୁଛନ୍ତି ଦଲାଲ ।

ସୂଚନାଯୋଗ୍ୟ, ଗତକାଲି ଦୁଇ ଦଳର ଖେଳାଳି ଭୁବନେଶ୍ବର ରେ ପହଞ୍ଚିଯାଇଥିବା ବେଳେ, ଆଜି ଅଭ୍ୟାସ କରିବେ, ଆସନ୍ତାକାଲି ମଇଦାନ କୁ ଓଲାହି ଯୁଦ୍ଧ କରିବେ ।

Related Posts