ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ: ବାରବାଟି ବିଧାୟକ ମହମ୍ମଦ ମୋକ୍କିମ

କଟକ: କଂଗ୍ରେସର ଦଳୀୟ କନ୍ଦଳ ଏବେ ଆକାଶ ଛୁଆଁ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ କଂଗ୍ରେସର ଖରାପ ପଦର୍ଶର୍ନ କୁ ନେଇ ଏବେ ମନ ମତାନ୍ତର ପଦାରେ ପଡ଼ି ହାଟରେ ଗଡିଲାନି । ଥମୁନି କଂଗ୍ରେସ କନ୍ଦଳ । ଘଡିକେ ଘୋଡା ଛୁଟୁଛି । କିଏ କହୁଛି ପସିସି ସଭାପତି ପରିବର୍ତ୍ତନ କର ତ ଆଉ କିଏ କହୁଛି ପୁରା ପସିସି ପରିବର୍ତ୍ତନ କର । ଏସବୁ ଭିତରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ବଡ଼ ବୟାନ ସାମ୍ନାକୁ ଆସୁଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ କଂଗ୍ରେସ ଦଳର ଭଲ ପ୍ରଦର୍ଶନ କରିନାହିଁ । ନିର୍ବାଚନ ଫଳାଫଳ ବାହାରିବା ଦିନଠାରୁ ରାଜ୍ୟ ପିସିସିରେ ପରିବର୍ତ୍ତନ ପାଇଁ ଦାବି ଉଠିଛି । ଦଳର ବରିଷ୍ଠ ନେତା ଓ ବିଧାୟକମାନେ କ୍ୟାମେରା ସମ୍ମୁଖରେ ଆସି ପିସିସି ସଭାପତି ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ଏପିରିକି କେହି କେହି ଦିଲ୍ଲୀରେ ହାଇକମାଣ୍ଡକୁ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଅବଗତ କରିଛନ୍ତି । କିନ୍ତୁ ଏବେ ଯାଏଁ ପିସିସି ସଭାପତି ପରିବର୍ତ୍ତନ ନେଇ କିଛି ଠୋସ୍‌ ସୂଚନା ଆସିନାହିଁ । କିନ୍ତୁ ଏସବୁ ଭିତରେ ମହମ୍ମଦ ମୋକିମଙ୍କ ବୟାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

ସେପଟେ ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ଼ ଖୁଲାସା କରୀଚନ୍ତି । ସେ ଇସ୍ତଫା ଦେଇଥିବା ଏବଂ ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଆଗରୁ ଇସ୍ତଫା ଦେଇଛି । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ନିଷ୍ପତି ଏଆଇସିସି ହାତରେ, ପରିବର୍ତନ ହେଉ । କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଉଛି । ପ୍ରତି ୨/୩ ବର୍ଷରେ ପିସିସି ପରିବର୍ତନ ହୁଏ । ଏହା କିଛି ନୂଆ କଥା ନୁହେଁ ।

Related Posts