ଆଠଗଡ ବଡମ୍ବା ଜଙ୍ଗଲର ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟନୁଷ୍ଠାନ: ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ନିଲମ୍ବିତ

ଆଠଗଡ: ଆଠଗଡ ବଡମ୍ବା ଜଙ୍ଗଲର ମାଟି ତଳୁ ଏସଟିଏଫକୁ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏନେଇ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀଙ୍କୁ ନିଲମ୍ବିତ କରଯାଇଛି । ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଏହି ଘଟଣାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳୀ, ଜଣେ ଫରେଷ୍ଟ ଗାର୍ଡ, ଜଣେ ଜମି ମାଲିକ ତାଙ୍କ ସହଯୋଗୀ ରହିଛନ୍ତି । ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ବନ ବିଭାଗ । ଏନେଇ ଆଠଗଡ଼ ଏସିଏଫ୍ ହରେକୃଷ୍ଣ ମଲିକ ସୂଚନା ଦେଇଛନ୍ତି ।

Related Posts