ମୋଦୀଙ୍କ ଟିମ୍ ରୁ ଵାଦ୍ ପଡିଲେ ବରୁଣ ଗାନ୍ଧୀ : ମେନକା କହିଲେ କେତେ ଜଣକୁ ମନ୍ତ୍ରୀ ପଦ ଦେବେ ପ୍ରଧାନମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲା। ଏଥିରେ ଅନେକ ନୂତନ ଚେହେରାଙ୍କୁ ସାମିଲ କରାଗଲା।  କିଛି ବରିଷ୍ଠ ମନ୍ତ୍ରୀ ବାଦ୍ ପଡିଲେ ଏବଂ ଆଉ କିଛି ମନ୍ତ୍ରୀଙ୍କ ପ୍ରମୋଶନ ହେଲା।  କ୍ୟାବିନେଟରେ ମୋଟ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ଏହି ନୂତନ ମନ୍ତ୍ରୀ ମାନେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ବିଶେଷ କରି ଆଗାମୀ ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ୟୁପିରୁ ୭ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। କିନ୍ତୁ ସେ ମଧ୍ୟ ନିରାଶ ହୋଇଛନ୍ତି। 

    ତେବେ ବରୁଣ ଗାନ୍ଧୀ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବା ନେଇ ମନେକା ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦୁଇ ଦିନିଆ ସୁଲତାନପୁର ଗସ୍ତ ସମୟରେ ଗଣମାଧ୍ୟମ ସହ ଆଲୋଚନା କରି ମନେକା ଗାନ୍ଧୀ କହିଛନ୍ତି, “ଆମେ ପ୍ରାୟ ୬୦୦-୬୫୦ ସାଂସଦ ଅଛୁ , ତେଣୁ ପ୍ରଧାନମନ୍ତ୍ରୀ କେତେ ଜଣଙ୍କୁ ମନ୍ତ୍ରୀ ପଦ ଦେଇପାରିବେ। ଯେଉଁ ମାନେ ପଦବୀ ପାଇଛନ୍ତି ତାହା ଠିକ୍ ଅଛି ।”

ସୂଚନାଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଶିଶୁ ବିକାଶ ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ। କିନ୍ତୁ ମୋଦୀ 2.0 ସେ କ୍ୟାବିନେଟରେ ସ୍ଥାନ ପାଇନାହାଁନ୍ତି।  ୟୁପିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଭଳି ପରିସ୍ଥିତିରେ ୟୁପିରୁ ୭ ଜଣ ନେତାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି।  କିନ୍ତୁ ମନେକା ଗାନ୍ଧୀ କିମ୍ବା ବରୁଣ ଗାନ୍ଧୀ କ୍ୟାବିନେଟରେ ସ୍ଥାନ ପାଇ ନାହାଁନ୍ତି ।

କ୍ୟାବିନେଟ୍ ବିସ୍ତାରରେ ୟୁପିକୁ ସର୍ବାଧିକ ଗୁରୁତ୍ୱ 

 ୨୦୨୨ ମସିହାରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ବିଜେପି ପାଇଁ ଏହି ନିର୍ବାଚନ ସମ୍ମାନର ବିଷୟ। ସେଥିପାଇଁ କ୍ୟାବିନେଟ ବିସ୍ତାରରେ ୟୁପିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା।  ଏହି କ୍ୟାବିନେଟ ସମ୍ପ୍ରସାରଣରେ ନିର୍ବାଚନ ପୂର୍ବରୁ ଜାତି ଏବଂ ଆଞ୍ଚଳିକ ସମୀକରଣର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ନୂତନ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ ତିନିଜଣ ପଛୁଆ ବର୍ଗର, ତିନିଜଣ ଦଳିତ ଗୋଷ୍ଠୀର ଏବଂ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର।  ଏହି ସାତୋଟି ଚେହେରା ମଧ୍ୟରୁ କେବଳ ଜଣେ ସହଯୋଗୀ ଦଳର ହୋଇଥିବା ବେଳେ ବାକି ବିଜେପିର ସାଂସଦ।

Related Posts