ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ କିଏ ? ମାତ୍ର ୪ ଜଣ ମନ୍ତ୍ରୀଙ୍କ ନିକଟରେ ରହିଛି ୫୦ କୋଟିରୁ ଅଧିକ ସମ୍ପତ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି । ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥରେ ବାଦ୍ ପଡିଥିବା ବେଳେ ଏହି ନୂତନ ମନ୍ତ୍ରିମଣ୍ଡଳରେ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୫ ଜଣ କ୍ୟାବିନେଟ ଓ ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଛି । ଏହିଭଳି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଏବେ ମୋଟ ୭୮ ଜଣ ମନ୍ତ୍ରୀ ଅଛନ୍ତି । ମୋଦୀଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ୪ ଜଣ ମନ୍ତ୍ରୀଙ୍କ ନିକଟରେ ୫୦ କୋଟିରୁ ଅଧିକ ସମ୍ପତ୍ତି ଅଛି । ଅନ୍ୟପଟେ ଆଠଜଣ ମନ୍ତ୍ରୀ ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି ଟଙ୍କାର ସମ୍ପତ୍ତି ବି ନାହିଁ ।

 ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ :-

କଂଗ୍ରେସରୁ ଆସି ବିଜେପିରେ ସାମିଲ୍ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦିଆଯାଇଛି। ତାଙ୍କ ପାଖରେ ମୋଟ୍ ୩୭୯ କୋଟିର ସମ୍ପତ୍ତି ରହିଛି । ୟୁପିଏ ଶାସନ ସମୟରେ ବି ସେ ସବୁଠାରୁ ଧନୀ ମନ୍ତ୍ରୀ ଥିଲେ ।

> ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋଏଲ । ତାଙ୍କ ପାଖରେ ମୋଟ୍ ୯୫ କୋଟି ଟଙ୍କାର ସମ୍ପତ୍ତି । ସେ ବାଣିଜ୍ୟ ଓ ଶିଳ୍ପ, ଖାଦ୍ୟ ଓ ଉପଭୋକ୍ତ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ବରେ ଅଛନ୍ତି ।

> ମୋଦୀ କ୍ୟାବିନେଟର ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ । ତାଙ୍କ  ପାଖରେ ୮୭ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।ତାଙ୍କୁ କ୍ଷୁଦ୍ର ଓ ମଧ୍ୟମଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। 

 ମୋଦୀ କ୍ୟାବିନେଟରେ ସବୁଠାରୁ ଗରିବ ମନ୍ତ୍ରୀ :- 

> ମୋଦୀ କ୍ୟାବିନେଟରେ ସବୁଠାରୁ ଗରିବ ମନ୍ତ୍ରୀ ହେଉଛନ୍ତି ପ୍ରତିମା ଭୌମିକ। ତ୍ରିପୁରାର ବିଜେପି ମହିଳା ସାଂସଦ ପ୍ରତିମା ଭୌମିକଙ୍କ ପାଖରେ ମୋଟ୍ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ପ୍ରଥମ ଥର ଲାଗି ସେ ମନ୍ତ୍ରୀ ପଦ ପାଇଛନ୍ତି । ୫୨ ବର୍ଷୀୟା ପ୍ରତିଭା ଭୌମିକ ବାୟୋ-ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି।

Related Posts