ସାପ ଭଳି ଗାଡି ଚଳାଇଲେ ଆମେ ମାଡି ବସିବୁ : ପୁଲିସ କମିଶନର

ସତ୍ୟପାଠ  ବ୍ୟୁରୋ : ଏଣିକି ଓଭରଟେକିଂ ପଡିବ ମହଙ୍ଗା । କମିଶନରେଟ ପୁଲିସର ନୂଆ ନିୟମ । ଆଉ ସଚେତନତା ନୁହେଁ ଏଥର ସିଧା କାର୍ଯ୍ୟାନୁଷ୍ଠାନ । ମନଇଛା ଓଭରଟେକିଂ କଲେ ମିଳିବ ଦଣ୍ଡ । ଏକ ସାମ୍ବାଦିକ ସମ୍ମିନଳୀରେ ଏଭଳି ରୋକଠୋକ ଶୁଣାଇଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । ଦ୍ୱେତନଗରୀର ବେହାଲ ଟ୍ରାଫିକ୍ ସ୍ଥିତିକୁ ସୁଧାରିବା ପାଇଁ ଯାହା ଯାହା ପଦକ୍ଷେପ ନେବା ଦରକାର ତାହା ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି ।

ଏହାଛଡା ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ନୋ ଓଭରଟେକିଂ ଜୋନ ଭାବେ ଘୋଷଣା କରାଯାଇଛି । ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ରାସ୍ତାରେ ଭିଆଇପି ଗାଡି ସହ ସର୍ବାଧିକ ଗାଡି ଚଳାଚଳ ହୁଏ । ତେଣୁ ଲାଇନ ଡ୍ରାଇଭ ଉପରେ ଗୁରୁତ୍ୱ ଦିଆଯାଇଛି ।

ସିପି କହିଛନ୍ତି କେବଳ ଟ୍ରାଫିକ୍ ପୁଲିସ ନୁହେଁ ଏବେ ଡ୍ରୋନ ବି ଜଗିବ ଟ୍ରାଫିକ ପୋଷ୍ଟ । ଅର୍ଥାତ ନିୟମ ଭାଙ୍ଗୁଥିବା ଗାଡିକୁ ଧରିବା ସହଜ ହେବ । ଟ୍ରାଫିକ୍ ନିୟମ ଜାଣୁ ନଥିବା ଲୋକଙ୍କୁ କିଭଳି ଡ୍ରାଇଭିଂ ଲାଇସେନ୍ସ ନ ମିଳିବ ତାହା ଉପରେ ବି ଧ୍ୟାନ ଦିଆଯିବ । ରାସ୍ତା ଉପରେ ମନଇଛା ଗାଡି ପାର୍କିଂ କରାଯାଇ ପାରିବନି । ବିଭିନ୍ନ ସ୍ଥାନରେ ଫ୍ରି ପାର୍କି ବା ବିନା ଶୂଳ୍କରେ ଗାଡି ପାର୍କଂ କରିବା ପାଇଁ ବ୍ୟବସ୍ଥା କରିବା ଦିଗରେ ବିଏମସି ଓ ବିଡିଓ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି ।

Related Posts