ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବଢିଲା

ସତ୍ୟପାଠ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ସିବିଆଇ ରିମାଣ୍ଡକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ ପକ୍ଷରୁ ରିମାଣ୍ଡ ଅବଧିକୁ ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଥିଲା ।

ଆଇଏନ୍‌ଏକ୍ସି ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ଜେରା କରୁଛି । ତାଙ୍କର ରିମାଣ୍ଡ ସମୟକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟପ୍ତ ପ୍ରମାଣ ରହିଛି ବୋଲି ଅଦାଲତ କହିଛନ୍ତି । ଅଗଷ୍ଟ ୨୩ -୨୬ ତାରିଖ ପର୍ଯ୍ୟନ୍ତ ଏଥିରେ ଥିବା ଅନ୍ୟ ଅଭିଯୁକ୍ତ ସାମ୍ନା ସାମ୍ନି ଜେରା କରାଯାଇଥିଲା।
ଏହା ସମ୍ପୂର୍ଣ୍ଣ ହୋଇ ନଥିବା ଯାଞ୍ଚ କରାଯାଉଥିବା ସଂସ୍ଥା ଦ୍ୱାରା ଅଦାଲତଙ୍କୁ ସୂଚନା ଦିଆଯାଇଥିଲା ।ଏହି ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ କରାଯାଇଥିବା ଇ-ମେଲ୍‌ ବାର୍ତ୍ତାକୁ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଇଥିଲା ।

ଅଗଷ୍ଟ ୨୨ ତାରଖରେ ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆଇ ଅଦାଲତ ଅନୁମତି ପ୍ରଦାନ କରିଥିଲେ ।

Related Posts