ବେଙ୍ଗାଲୁରୁ ମାରାଥନରେ ପାଞ୍ଚ କିଲୋମିଟରର ଦୌଡ ପୂରା କଲେ ଜଣେ ୯୨ ବର୍ଷିୟ ବୃଦ୍ଧ: ଟ୍ୱିଟରରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଭିଡ଼ିଓ ସେୟାର

ନୂଆଦିଲ୍ଲୀ: ଇଚ୍ଛା ଶକ୍ତି ଆଗେ ହାର ମାନେ ବୟସ । ଯଦି ଇଚ୍ଛା ଶକ୍ତି ଓ ମନବଳ ଦୃଢ଼ ଅଛି ତେବେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଉକତ କାର୍ଯ୍ୟ ସମ୍ପନ୍ନ ହେବାରେ କୌଣସି ଅସୁବିଧା ଆସେନି । ସେ ଶାରୀରିକ ହେଉ ଅବା ମାନସିକ । ସବୁ କାର୍ଯ୍ୟ ନିଃଦ୍ଵନ୍ଦରେ ସମ୍ପନ୍ନ ହୁଏ । ତେବେ ଏପରି ଏକ ପ୍ରେରଣା ଦାୟୀ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ସବୁ ବର୍ଗର ପିଢ଼ିକୁ ଉତ୍ସାହିତ କରିବ । ବେଙ୍ଗାଲୁରୁ ମାରାଥନରେ ଜଣେ ୯୨ ବର୍ଷିୟ ବୃଦ୍ଧ ପାଞ୍ଚ କିଲୋମିଟରର ଦୌଡ ପୂରା କରିଛନ୍ତି। ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ରବିବାର ଏକ ଭିଡିଓ ଟ୍ୱିଟରରେ ସେୟାର କରି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ବେଙ୍ଗାଲୁରୁ ବିଜେପି ସାଂସଦ କହିଛନ୍ତି, ଦତ୍ତାତ୍ରେୟ ଜୀ ପ୍ରକୃତରେ ବେଙ୍ଗାଲୁରୁର ପ୍ରତ୍ୟେକ ନାଗରିକଙ୍କ ଧୈର୍ଯ୍ୟ ଏବଂ ଦୃଢ ସଂକଳ୍ପର ପ୍ରତୀକ।

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟ ଦାତ୍ତାତ୍ରେୟ ଜୀଙ୍କ ହାତ ଧରିଥିବା ଦେଖିବାକୁ ମିଳୁଛି । ସୂର୍ଯ୍ୟ ଲେଖିଛନ୍ତି, ଫିଟ୍ ଇଣ୍ଡିଆର ପ୍ରକୃତ ରାଜଦୂତ।

ବେଙ୍ଗାଲୁରୁ ମାରାଥନର ୮ମ ସଂସ୍କରଣ ଆୟୋଜନ ରବିବାର ଶ୍ରୀ କାନ୍ତିରୱା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଏଥିରେ ୪୨.୨ କିଲୋମିଟର, ୨୧.୦୯ କିଲୋମିଟରର ହାଫ୍ ମାରଥନ ଏବଂ ୫ କିଲୋମିଟର ଦୌଡ ସାମିଲ ଥିଲା। ଯେଉଁଥିରେ ଭାଗ ନେଇଥିଲେ ଏହି 92 ବର୍ଷୀୟ ବୃଦ୍ଧ ।

Related Posts