ବାରବର୍ଷର ତପ ଶୁଖୁଆ ପୋଡାରେ ଯିବ !

ସତ୍ୟପାଠ ବ୍ୟୁରୋ : କରୋନା ମହାମାରୀ ସମୟରେ ଶୃଙ୍ଖଳା ଓ କଟକଣା ସର୍ତ୍ତର୍ ଅନୁଯାୟୀ ରଥଯାତ୍ରା ଯେଭଳି କରାଗଲା ଏହାର ସମସ୍ତ ଶ୍ରେୟ ଯାଇଥିଲା ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କୁ । ସରକାର କରୋନାକୁ ନେଇ ରଥଯାତ୍ରା ବନ୍ଦକରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଥିଲେ । କି଼ିନ୍ତୁ ଯେତେବେଳେ ମାନ୍ୟବର ସୁପ୍ରିମ୍ କୋର୍ଟ ରିଭ୍ୟୁ ପିଟିସନ୍ ଶୁଣାଣି କରି ରଥଯାତ୍ରା ହେବବୋଲି ରାୟ ଶୁଣାଇଲେ ସେତେବେଳକୁ ରଥଯାତ୍ରା ପାଇଁ ଆଉ ମାତ୍ର ୨୪ଘଣ୍ଟାବାକି ଥିଲା । କରୋନା ମହାମାରୀର କଟକଣା, ଚାରିଆଡ଼େ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ସତ୍ତ୍ୱେ ରଥଯାତ୍ରା ସୁରୁଖୁରରେ ସମାପନ ହେଲା । ଏହି ସଫଳତା ପଛରେ କୁହାଗଲା କିଶନ କୁମାରଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ଦାୟୀ । ସେତେବେଳେ ଚାରିଆଡୁ କିଶନ କୁମାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏପରିକି ପୂର୍ବ ପ୍ରଶାସକମାନେ ଯେଉଁ ଭୁଲ କରିଥିଲେ କିଶନ କୁମାର ସେ ଭୁଲ୍ ଏବଂ ବିବାଦରୁ ନିଜକୁ ଦୂରରେ ରଖିଥିଲେ । କିନ୍ତୁ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକର ଦାୟିତ୍ୱ ସହିତ କିଶନ କୁମାରଙ୍କୁ ଯେତେବେଳେ ପୂର୍ତ୍ତ ସଚିବ ଓ ପିକେଡ଼ିଏର ମେମ୍ବେର ସେକ୍ରେଟେରୀ କରାଯିବକୁା ନିଷ୍ପତ୍ତିି ନିଆଗଲା ତାହାକୁ ନେଇ ବିବାଦ ଉଠିଥିଲା ।

ବିବାଦର କାରଣ ହେଲା ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ଜଣାଇଥିଲେ ଯେ ସରକାର ଯାହାକୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବେ ତାଙ୍କୁ ଅନ୍ୟ କୌଣସି ଅତିରିକ୍ତ ଦାୟିତ୍ୱ ଦେବେ ନାହିଁ । କିନ୍ତୁ ରଥଯାତ୍ରା ଏବଂ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ଓ ସୌନ୍ଦର୍ଯ୍ୟକରଣ ଆଳରେ ସରକାର କିଶନଙ୍କୁ ଅତିରିକ୍ତ ଦାୟିତ୍ୱ ସହ ମୁଖ୍ୟ ପ୍ରଶାସକ ଭାବରେ କାମରେ ଲଗାଇଦେଲେ । କିଛିଦିନ ତଳେ ଅତିରିକ୍ତ ଦାୟିତ୍ୱ ସହ ଆଉ ୬ ମାସ ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କୁ ସରକାର ଅନୁରୋଧ କରିଛନ୍ତି ।

ସେପଟେ ଜମି ସୁରକ୍ଷା କରିଡ଼ର ପାଇଁ ଜମି ଅଧିଗ୍ରହଣ ଆଳରେ ଆଇନ କାନୁନ୍‌କୁ ଯେଉଁଭଳି ଭାବରେ ଜଳାଞ୍ଜଳି ଦିଆଯାଇଛି, ତାହା ଏବେ ସରକାର ଏବଂ ପ୍ରଶାସନର ମୁହଁରେ କଳା ବୋଳି ସାରିଲାଣି । ଏପରି ସ୍ଥଳେ ଚର୍ଚ୍ଚା ହେଉଛି ଯେ ସରକାର କିଶନ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ ସହ ପୋଷ୍ୟ ପ୍ରଶାସକ ଭାବରେ କାମ କରିବା ପାଇଁ ଆଉ ୬ ମାସ ପାଇଁ ଯେଉଁ ଯୋଜନା କରିଛନ୍ତି, ଅସଲରେ କିଶନଙ୍କ କାନ୍ଧରେ ସବୁ ଅଳିଆକୁ ବୁହାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଏହାକୁ ବିଚାର କଲେ, ଯାହା ଲାଗୁଛି ରଥଯାତ୍ରାକୁ ନେଇ ଯେଉଁ ସୁନାମ କିଶନ କୁମାର ଅର୍ଜନ କରିଥିଲେ ଏ ସବୁ ଶୁଖୁଆ ପୋଡାରେ ଚାଲିିଯିବ । ଅର୍ଥାତ୍ ବେଳ ଥାଉଥାଉ କିଶନବାବୁ ରାସ୍ତା ବାଛିନିଅ ନହେଲେ ଏ ସବୁ ତପସ୍ୟା ଶୁଖୁଆ ପୋଡାରେ ଚାଲିଯିବ ।

Related Posts