ସର୍ବସାଧାରଣରେ ଫୋନ୍ ଚାର୍ଜ କରୁଥିଲେ ହୋଇ ଯାଆନ୍ତୁ ସତର୍କ, ହୋଇପାରେ ତଥ୍ୟ ଚୋରି; ସଚେତନ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାଇବର ଠକେଇ ନେଇ ଓଡ଼ିଶା ପୋଲିସ ସଚେତନ କରାଇଛି। ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ଆହ୍ୱାନ ଦେଇଛି ପୋଲିସ । ସର୍ବସାଧାରଣ ସ୍ଥାନ ଯଥା ମୋବାଇଲ ଚାର୍ଜିଂ ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୋଲିସ । ଏହି ସ୍ଥାନ ଗୁଡିକରେ ଫୋନ୍ ଚାର୍ଜ କଲେ ସାଇବର ଠକ ମୋବାଇଲ ଫୋନରୁ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେବାର ସମ୍ଭାବନା ଅଧିକ ରହିଛି । ତେଣୁ ପୋଲିସ ପକ୍ଷରୁ ସମସ୍ତଙ୍କୁ ଏନେଇ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Related Posts