ପଞ୍ଜାବ କ୍ୟାବିନେଟର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କୁ ବହିଷ୍କାର କଲେ ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କ୍ୟାବିନେଟର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କୁ ବହିଷ୍କାର କଲେ ଭଗୱନ୍ତ ମାନ । ଏହାପରେ ପଞ୍ଜାବର ଦୁର୍ନୀତି ନିରୋଧ ଶାଖା ଉକ୍ତ ବହିଷ୍କୃତ ମନ୍ତ୍ରୀଙ୍କୁ ଗିରଫ କରିଛି। ସେପଟେ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମାନ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ବହିଷ୍କାର କରିଥିଲେ। ଜଣେ କ୍ୟାବିନେଟ ସଦସ୍ୟଙ୍କୁ ଏପରି ଦୁର୍ନୀତି ଅଭିଯୋଗରେ ବହିଷ୍କାର କରିବା ଓ ଏହାପରେ ସେ ଗିରଫ ହେବା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

ଅନ୍ୟପଟେ ମାନ ଏନେଇ ଏକ ଭିଡିଓ ସେୟାର କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ମାନ ୬ ମିନିଟର ଗୋଟିଏ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ “ମୁଁ ଜଣେ ମନ୍ତ୍ରୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ସହ ପୁଲିସକୁ ତାଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦେଉଛି। ସେହି ମନ୍ତ୍ରୀ ଜଣଙ୍କ ହେଲେ ବିଜୟ ସିଙ୍ଗଲା। ସେ ନିଜ ବିଭାଗରେ ହୋଇଥିବା ଦୁର୍ନୀତିରେ ସାମିଲ ଥିଲେ ଓ ଏହାକୁ ସେ ସ୍ୱୀକାର ମଧ୍ୟ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts