ଭାରତ ଯୋଡ ଯାତ୍ରା : ଆତ୍ମହତ୍ୟା କରିଥିବା ତାମିଲନାଡୁ ନିଟ୍ ପ୍ରତ୍ୟାଶୀ ର ପରିବାରବର୍ଗଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପୂର୍ବାହ୍ନରେ କନ୍ୟାକୁମାରୀର ଅଗସ୍ତେଶ୍ୱରାମରୁ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ତାଙ୍କ ସହ ଚାଲିବାକୁ ଥିବା ଭାରତ ଯାତ୍ରୀଙ୍କ କ୍ୟାମ୍ପ ପରିସରରେ ପତାକା ଉତ୍ତୋଳନ କରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପରେ ରାହୁଲ ଆତ୍ମହତ୍ୟା କରିଥିବା ତାମିଲନାଡୁର ନିଟ ପ୍ରତ୍ୟାଶୀ ଅନୀତାଙ୍କ ପରିବାରକୁ ଭେଟିଥିଲେ । ରାହୁଲ ଅନୀତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

ସୂଚନା ଅନୁସାରେ, କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବହୁ ବରିଷ୍ଠ ନେତା ଗୁରୁବାର ସକାଳେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଦଳ ଏହି ଯାତ୍ରାକୁ ଏକ ଜନସମ୍ପର୍କ ଅଭିଯାନ ଭାବରେ ବର୍ଣ୍ଣନା କରୁଛି ଏବଂ ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଛି। ରାହୁଲ ଗାନ୍ଧୀ ଅନ୍ୟ ୧୧୮ ଜଣ ଭାରତ ଯାତ୍ରୀ ଏବଂ ବହୁ ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ ଯାତ୍ରା ଆରମ୍ଭ କରିଛନ୍ତି।୧୧୯ ଜଣ ଭାରତ ଯାତ୍ରୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ ବୋଲି ସୂଚନା ମିଳିଛି। ପଦଯାତ୍ରା ସେପ୍ଟେମ୍ବର ୧୧ ରେ କେରଳରେ ପହଞ୍ଚି ୩୦ ସେପ୍ଟେମ୍ବରରେ କର୍ନାଟକରେ ପହଞ୍ଚିବ ଏବଂ ତା’ପରେ ଉତ୍ତର ଦିଗକୁ ଅନ୍ୟ ରାଜ୍ୟକୁ ଯିବ।

Related Posts