କେରଳରେ ବନ୍ୟା ପରିସ୍ଥିତି ; ବିମାନ ବନ୍ଦର ବନ୍ଦ

ସତ୍ୟପାଠ ବ୍ୟୁରୋ : କେରଳରେ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯାହାକୁ ନଜରରେ ରଖି କୋଚିନ୍ ବିମାନ ବନ୍ଦରରେ ଅଗଷ୍ଟ ୧୧ତାରିଖ ଅପରାହ୍ନ ୩ଟା ଯାଏ ବିମାନ ଚଳାଚଳ ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାରେ ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ବର୍ଷା ଜଳରେ ବିମାନବନ୍ଦରର ରନୱେ ବୁଡି ଯାଇଛି । ଗତବର୍ଷ ମଧ୍ୟ ବନ୍ୟା ପାଇଁ ଦୁଇ ସପ୍ତାହ ବନ୍ଦ ରହିଥିଲା ବିମାନ ବନ୍ଦର ।

କେରଳରେ ଏବେ ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ତେଣୁ ଗତ କିଛିଦିନ ହେବ ପ୍ରବଳ ବର୍ଷା ହେଉଛି ରାଜ୍ୟରେ । ଇଡୁକି, ୱେନାଡ, ମାଲପୁରମ ଓ କୋଝିକୋଡ ଭଳି ଚାରିଟି ଜିଲ୍ଲାରେ ଅଗଷ୍ଟ ୯ ତାରିଖ ଯାଏ ରେଡ ଆଲର୍ଟ ଜାରୀ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୨୨, ୧୬୫ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩୧୫ଟି କ୍ୟାମ୍ପରେ ରଖାଯାଇଛି । ଏଯାବତ ବର୍ଷାଜନିତ ଘଟଣାରେ ୨୦ଜଣଙ୍କ ମୃତ୍ୟୁ ହୋଇଛି ।

Related Posts