
ସତ୍ୟପାଠ ବ୍ୟୁରୋ : ଆତ୍ମହତ୍ୟା କରିଥିବା କାଫେ କଫି ଡେର ପୂର୍ବତନ ମାଲିକ ଭିଜି ସିଦ୍ଧାର୍ଥଙ୍କ କମ୍ପାନୀ ସିକଲ ଲଜିଷ୍ଟିକ୍ ଲିମିଟେଡ୍ ର ଭରତପୁର କୋଇଲାଖଣିରେ ବ୍ୟବସାୟର ଚେର ବାହାରିବା ପରେ ଏବେ ଅନେକ କଥା ସନ୍ଦେହ ଘେରରେ । ଭଲ ସ୍ଥିତିରେ ନଥିବା ଏବଂ କମ୍ପାନୀର ପରିଚାଳନା ଓ ଆର୍ଥିକ ସ୍ଥିତି ଏତେ ଠିକ୍ ନଥିବା ସତ୍ୱେ ଓଡିଶାରେ କମ୍ପାନୀର ବ୍ୟବସାୟ କିଏ ବୁଝୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ ? ଶାସକ ବିଜୁ ଜନତା ଦଳର କେଉଁ ନେତା ବା ବିଧାୟକ ଏହି ବ୍ୟବସାୟର ମାମଲତକାର ଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ ଅନୁଗୁଳ ଓ ଝାରସୁଗୁଡା କୋଇଲା ଖଣିରେ କେଉଁ ବ୍ୟୁରୋକ୍ରାଟ ଓ ବିଜେଡିର ନେତା-ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କର ଗାଡି ଲାଗିଛି ତାହା ବି ଏବେ ପ୍ରଶ୍ନଘେରରେ । ଯେହେତୁ ସିକଲ ଲଜିଷ୍ଟିକ ମାର୍ଫତରେ ଭରତପୁର ଖଣିରେ କାମ ହେଉଥିଲା, ତେଣୁ ଭରତପୁର ଘଟଣାରେ ମାମଲା ଆଗକୁ କିଛି ନଯାଉ, ସେଦିଗରେ ସ୍ଥାନୀୟ ନେତା, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ସମସ୍ତେ ଅତି ସତର୍କତାର ସହ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଆଲୋଚନା ହେଉଛି ।
ଓଡିଶାରେ ତିନିଟି କୋଇଲା ଖଣିରେ ୧୦୩୬ କୋଟି ଟଙ୍କାର କାରବାର ପାଇଁ ଚୁକ୍ତି କରିଥିଲା ସିଦ୍ଧାର୍ଥଙ୍କ ମାଲିକାନାରେ ଥିବା କମ୍ପାନୀ ସିକାଲ ଲଜିଷ୍ଟିକ୍ ଲିମିଟେଡ୍ । ଯେଉଁଥିରେ ଥିଲା ଭରତପୁର କୋଇଲା ଖଣି । ଯେଉଁ ଖଣିରେ ଅତଡା ଖସି ୧୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ବାବଦରେ ସମସ୍ତେ ଅବଗତ । କମ୍ପାନୀ ୱେବସାଇଟରେ ଥିବା ସୂଚନା ଅନୁସାରେ, ଓଡିଶାର ଝାରସୁଗୁଡାରେ ଲାଜକୁରା କୋଇଲା ଖଣି ଏବଂ ଅନୁଗୁଳର ହିଙ୍ଗୁଳା ଓ ଭରତପୁର କୋଇଲା ଖଣିରେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲା ସିଦ୍ଧାର୍ଥଙ୍କ କମ୍ପାନୀ ସିକାଲ ଲଜିଷ୍ଟିକ୍ ଲିମିଟେଡ୍ । ଲାଜକୁରାରେ ୩୮୫କୋଟି, ହିଙ୍ଗୁଳାରେ ୩୬୩କୋଟି ଓ ଭରତପୁରରେ ୨୮୮ କୋଟି ଟଙ୍କାର କଣ୍ଟ୍ରାକ୍ଟ ପାଇଥିଲା କମ୍ପାନୀ ।
କୁହାଯାଉଛି, ଭଲ ସ୍ଥିତିରେ ନଥିବା ଏହି କମ୍ପାନୀ ପାଇଁ ଅନୁଗୁଳ ଖଣିରେ ମାମଲତକାର ସାଜିଥିଲେ ଜଣେ ବିଜେଡି ବିଧାୟକ । ତାଙ୍କରି ମାର୍ଫତରେ ହିଁ ସିଦ୍ଧାର୍ଥଙ୍କ ସିକାଲ ଲଜିଷ୍ଟିକ୍ ର ଚେର ପୋତାଯାଇଥିଲା କୋଇଲା ଖଣିରେ । ସେହି ବାହୁ ବଳୀ ବିଧାୟକଙ୍କ ଛତ୍ରଛାୟା ତଳେ ଚାଲିଥିଲା ବ୍ୟବସାୟ । ସିଦ୍ଧାର୍ଥ ନିଜେ କିଛି ବୁଝୁ ନଥିବା ବେଳେ ସନ୍ଦେହରେ ଥିବା ବିଧାୟକ ହିଁ କୋଇଲା ଖଣିର ଲାଭକ୍ଷତି ସବୁ ବୁଝୁଥିଲେ । କାହା କାହା ଗାଡି ଟ୍ରାନ୍ସପୋର୍ଟରେ ଲାଗିବ ତାହା ବି ସେ ହିଁ ବୁଝୁଥିଲେ । ଏପରିକି ଓଡିଶାର କିଛି ପ୍ରଶାସକ ଓ ନେତା-ମନ୍ତ୍ରୀଙ୍କ ଖାସ୍ ସମ୍ପର୍କୀୟଙ୍କ ଗାଡି ବି ଲାଗିଛି ଏହି ସିକାଲ ଲଜିଷ୍ଟିକ ଟ୍ରାନ୍ସପୋର୍ଟରେ । ତେବେ ସିଦ୍ଧାର୍ଥ ରହସ୍ୟଜନକ ଭାବେ ନିଖୋଜ ହେବା ଓ ନଦୀ କୂଳରୁ ତାଙ୍କ ମୃତଦେହ ମିଳିବା ପରେ ଅନେକ ଦିଗକୁ ନେଇ ତଦନ୍ତ କରୁଥିବା ପୁଲିସ ବି ଏହି ସୁରାକ ପାଇଥିବା ଚର୍ଚ୍ଚା ହେଉଛି ।
୨୦୧୭ରେ ଭରତପୁର ଖଣି ପାଇଁ ଏମସିଏଲ କଣ୍ଟ୍ରାକ୍ଟ ଦେଇଥିଲା ସିକଲ ଲିଜିଷ୍ଟିକକୁ । ଜୁଲାଇ ୨୩ ତାରିଖ ରାତି ୧୧ଟା ବେଳେ ଭରତପୁର ପୋଖରିଆ କୋଇଲା ଖାଦାନର କୃତ୍ରିମ ପାହାଡ ତଥା ଓବିଡମ୍ପ ଧସିପଡିଥିଲା । ଏହି କୋଇଲା ମିଶ୍ରିତ ମାଟିତଳେ ୪ଜଣ ଠିକା ଶ୍ରମିକ ପୋତି ହୋଇଯାଇଥିବା ଜଣାପଡିଥିଲା । ତେବେ ପ୍ରଥମେ ତିନିଜଣଙ୍କ ଶବ ମିଳିଥିବା ବେଳେ ପରେ ଜଣଙ୍କର କଟାହାତ ଓ ଖଣ୍ଡବିଖଣ୍ଡିତ ଶରୀର କିଛି ଅଂଶ ମିଳିଥିଲା । କିନ୍ତୁ ତାହା କାହାର ଜଣାପଡିଲା ନାହିଁ । ଏପରିକି ଖଣିରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କର କୌଣସି ଖୋଜ ଖବର ମିଳିନାହିଁ ।
ସନ୍ଦେହ ଘନୀଭୁତ ହେବାର କାରଣ :
