ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ସତ୍ୟପାଠ ବ୍ୟୁରୋ : ଅଗଷ୍ଟ ୧୦ରେ ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ବସିବ । ସଂସଦ ଅଧିବେଶନ ପରେ ବସୁଥିବା ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ସ୍ୱୀକୃତି ମିଳିପାରେ ଓ ନୂଆ ଅଧ୍ୟକ୍ଷ ଚୟନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରରୁ ହେବେ ନାହିଁ ବୋଲି କୋର କମିଟିକୁ ସ୍ପଷ୍ଟ କରାଇଛନ୍ତି ରାହୁଲ ଗାନ୍ଧୀ । ତେଣୁ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି ସେ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି । ସେହିଭଳି ମନମୋହନ ସିଂ ଓ ସଚିନ ପାଇଲଟଙ୍କ ନାଁକୁ ନେଇ ବି ବେଶ ଚର୍ଚ୍ଚା ହେଉଛି ।

Related Posts