ଗୋଷ୍ଠୀ ସଂଘର୍ଷ ଅଭିଯୋଗ, ଜଣେ ମୃତ

ସତ୍ୟପାଠ ବ୍ୟୁରୋ : କେନାଲରୁ ପାଣି ନେବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଆଠଗଡ ନରସିଂହପୁର ଥାନା ସାଗର ଓ ପାଂଚଗୋଛିଆ ଗାଁ ଭିତରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ଚାମୁଣ୍ଡାପଲ୍ଲୀ କେନାଲରୁ ପାଣି ନେବାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଛି । କେନାଲ ବନ୍ଧ କାଟିବାକୁ ନେଇ ଉଭୟ ଗାଁ ଭିତରେ ବିବାଦ ଉପୁଜିଥିଲା । ଆଜି ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାଗର ଗାଁର ଶ୍ରୀଧର ସାମଲ । ତେବେ ଉଭୟ ଗୋଷ୍ଠୀରୁ ୧୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇ ଚିକତ୍ସିତ ହେଉଛନ୍ତି । ସମସ୍ତଙ୍କୁ ନରସିଂହପୁର ମେଡିକାଲରେ ଭର୍ତ୍ତୀ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୂତୟନ କରାଯାଇଛି ।

Related Posts