ଭୁବନେଶ୍ୱର ଲୋୟର ପିଏମଜି ହତ୍ୟାକାଣ୍ଡ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ

ଭୁବନେଶ୍ୱର : ଗତକାଲି ଭୁବନେଶ୍ୱର ଲୋୟର ପିଏମଜି ହତ୍ୟାକାଣ୍ଡ ଘଟଣାରେ ଖାରବେଳ ନଗର ଥାନା ପୋଲିସକୁ ମିଳିଛି ସଫଳତା । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଏହି ଦୁଇ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ସୂଚନା ଥାଉକି, ରାଜଧାନୀରେ ରବିବାର ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଥିଲା | ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ ଘଟିଥିଲା । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ହୋଇଥିଲେ| ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କର ଛୋଟ ପିଲାର ବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ରବିବାର ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରାଯାଇଥିବାର ସୂଚନା ରହିଛି। ମୃତକ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରନ୍ତି।
ଖବର ପାଇ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି। ପାରିପାର୍ଶ୍ବିକ ସ୍ଥିତିର ଫଟୋଚିତ୍ର ଉତ୍ତୋଳନ କରି ବିଭିନ୍ନ ଦିଗରୁ ଅନୁସନ୍ଧାନ ଆରମ୍ଭ କରିଥିଲା ପୁଲିସ।

Related Posts