ସ୍ତ୍ରୀକୁ ୩୦୦ ଖଣ୍ଡ କରି ଟିଫିନ୍‌ରେ ରଖିବା ଘଟଣା, କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍‌ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡ । ଦୋଷୀ ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ୨୦୧୩ ଜୁନ୍ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ନିଜ ବାସଭବନରେ ଘଟାଇଥିଲେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ।

ସୂଚନା ଅନୁଯାୟୀ, ୨୦୧୩ ଜୁନ ୩ରେ ନୟାପଲ୍ଲୀରେ ରହୁଥିବା ଡାକ୍ତର ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ା ନିଜ ପତ୍ନୀ ଉଷଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ତାଙ୍କ ଶରୀରକୁ ୩୦୦ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ। ଜୁନ ୨୧ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଦେହାବଶେଷ ସହ ୨୦ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ୭୧ ବର୍ଷରେ ସୋମନାଥଙ୍କ ଜଘନ୍ୟ କାଣ୍ଡ ସେ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା

ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ କରି ଆଇପିସି ୩୦୨, ୨୦୧ ଦଫାରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୩, ଅକ୍ଟୋବର ୧୭ରେ ପୁଲିସ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

Related Posts