ଦିଲ୍ଲୀ ସରକାରୀ ସ୍କୁଲରେ ହାପିନେସ୍ କ୍ଲାସ ଦେଖିଲେ ମେଲାନିଆ

ସତ୍ୟପାଠ ବ୍ୟୁରୋ : ଦିଲ୍ଲୀର ହାପିନେସ୍ କ୍ଲାସରେ ଆମେରିକାର ପ୍ରଥମ ମହିଳା । ବିଷାଦ ଓ ଅବସାଦ ମୁକ୍ତ ଶିକ୍ଷାକୁ କେନ୍ଦ୍ର କରି ହାପିନେସ୍ କରନ୍ତି ଶିକ୍ଷକ । ଗସ୍ତର ଦ୍ୱିତୀୟ ଦିନରେ ମେଲାନିଆ ଟ୍ରମ୍ପ, ଦିଲ୍ଲୀର ନାନକପୁରା ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ଆୟୋଜିତ ହାପିନେସ୍ କ୍ଲାସରେ ଯୋଗ ଦେଇଛନ୍ତି ମେଲାନିଆ । ମେଲାନିଆ କ୍ଲାସରେ ପହଞ୍ଚିବା ପରେ ଛୋଟ ଛୋଟ ପିଲାମାନେ ତାଙ୍କୁ ପାଛୋଟି ନେବା ସହ ତିଳକ ଲଗାଇ ଆରତୀ ଉତାରିଥିଲେ । ଏହି କାର୍ଯ୍ୟକ୍ରମରେ ଏକୁଟିଆ ପହଞ୍ଚିଥିଲେ ମେଲାନିଆ । ଏହି ସମୟରେ ମେଲାନିୟାଙ୍କ ମଥାରେ ସିନ୍ଦୁର ବିନ୍ଦି ଦେଖିବାକୁ ମିଳିଥିଲା ।ମେଲାନିଆଙ୍କ ଗସ୍ତକୁ ଧ୍ୟାନରେ ରଖି ସ୍କୁଲକୁ ଖୁବ ସୁନ୍ଦର ଢ଼ଙ୍ଗରେ ସଜେଇ ଦିଆଯାଇଥିଲା । କ୍ଲାସରୁମରେ ଅତି ସୁନ୍ଦର ଭାବେ ଲେଖାହୋଇଥିଲା ୱେଲକମ୍ ଫାଷ୍ଟଲେଡ଼ି । ହାପିନେସ୍ କ୍ଲାସରେ ମେଲାନିଆ ଛୋଟ ଛୋଟ ପିଲା ସହ ଆଲୋଚନା କରିଛନ୍ତି । ହାପିନେସ୍ କ୍ଲାସରେ କୁନି କୁନି ପିଲାଙ୍କ ନୃତ୍ୟକୁ ଉପଭୋଗ କରିଛନ୍ତି ମେଲାନିଆ । ସ୍କୁଲ ପିଲାଙ୍କ ଯୋଗ ଶୈଳୀ ଦେଖି ଅନାଇ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । କେବଳ ଏତିକି ନୁହେଁ ପିଲାଙ୍କ ଦ୍ୱାରା ଅଙ୍କିତ ହୋଇଥିବା ମଧୁବନୀ ଚିତ୍ରକୁ ଦେଖି ଖୁସି ହୋଇ ଯାଇଛନ୍ତି ଆମେରିକାର ପ୍ରଥମ ମହିଳା ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆ ଦେଖିବାକୁ ପାଇଥିଲେ । ଏହି ଅବସରରେ ସେ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ମେଲାନିଆ ଟ୍ରମ୍ପ୍‌ ।ସୂଚନାଯୋଗ୍ୟ ଦିଲ୍ଲୀହ ସରକାରୀ ସ୍କୁଲରେ କେଜ୍ରିୱାଲ ସରକାର ହାପିନେସ୍ କ୍ଲାସ୍ ପାଠ୍ୟକ୍ରମ ଲାଗୁ କରିଛନ୍ତି । ଏହି ପାଠ୍ୟକ୍ରମ ଦ୍ୱାରା ନର୍ସରୀ ଠାରୁ ଆରମ୍ଭ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପ୍ରତିଦିନ ପ୍ରଥମ ପରିୟଡ଼ର ୪୦ ମିନିଟ୍ ପିଲାଙ୍କ ଆନନ୍ଦ ଉପରେ ଧ୍ୟାଦ ଦିଆଯାଏ । ହାପିନେସ୍ କ୍ଲାସରେ ଛାତ୍ରଛାତ୍ରୀମାନେ ଯୋଗ ଓ ଧ୍ୟାନ କରନ୍ତି । ପିଲାଙ୍କୁ ଅନେକ ପ୍ରେରଣାଦାୟୀ କାହାଣୀ ଶୁଣାନ୍ତି ଶିକ୍ଷକ ।

Related Posts