ଆସନ୍ତା ୩୧ରୁ ଭୁବନେଶ୍ଵରରୁ ବାରଣାସୀକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ଵର : ଭୁବନେଶ୍ଵରରୁ ବାରଣାସୀକୁ ସିଧା ସଳଖ ଉଡ଼ିବ ବିମାନ। ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ସେବା ଯୋଗାଇବ ବୋଲି ସୂଚନା ମିଳିଛି। ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି ରାଓଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।
ଆସନ୍ତା ୩୧ରୁ ଭୁବନେଶ୍ଵର ବିମାନବନ୍ଦରରୁ ବାରଣାସୀକୁ ସିଧାସଳଖ ବିମାନ ସେବା ଯୋଗାଇ ଦିଆଯିବ। ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା ୦୫ରେ ବାରଣାସୀରେ ପହଁଚିବ। ସେହିପରି ୨ଟା ୩୦ରେ ବାରଣାସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ଵରରେ ପହଁଚିବ। ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ଏନେଇ ସୂଚନା ଦେଇଛନ୍ତି।
Related Posts