ଖବରକାଗଜରେ ଇନ୍ଦିରାଙ୍କ ଚରିତ୍ର ସଂହାର: ନିରଞ୍ଜନ କିନ୍ତୁ ନିରବ !

ଜାତିର ପିତା ମହାତ୍ମା ଗାନ୍ଧୀ ,ସ୍ବାଧୀନ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ , ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଇନ୍ଦିରାଗାନ୍ଧୀ ଏମାନେ ଆଜି ଖାଲି ଭାରତର ନୁହଁ , ସମଗ୍ର ବିଶ୍ବରେ ସମ୍ମାନୀତ ଓ ପୂଜିତ । ଗୋଟିଏ ପଟେ ଯେତେବେଳେ ସମଗ୍ର ଦେଶ 71 ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିଲା , ଅନ୍ୟ ପଟେ ମହାତ୍ମାଗାନ୍ଧୀ ଙ୍କର 150 ତମ ଜୟନ୍ତୀ ବର୍ଷ ମଧ୍ୟ ପାଳନ କରାଯାଉଛି । ଠିକ୍ ସେତେବେଳେ ରାଜ୍ୟର ଏକ ଦୈନିକ ଓଡିଆ ଖବର କାଗଜରେ ଏହି ମହାନ ବ୍ୟକ୍ତିବିଶେଷଙ୍କ ବାବଦରେ ଅତ୍ୟନ୍ତ ଅରୁଚିକର ଏବଂ ଅପମାନସୂଚକ ଲେଖାଟିଏ “ଗାନ୍ଧୀ ବନାମ ସାବରକର” ଶୀର୍ଷକ ସ୍ତମ୍ବ ପ୍ରକାଶ ପାଇଛି। ଏହି ଲେଖାଟି ରେ ଏଭଳି କଟୁ ଭାଷା ଓ ଅଶାଳୀନ ମନ୍ତବ୍ୟ ସ୍ଥାନ ପାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ସଂପୃକ୍ତ ଲେଖା ଟି ଖବରକାଗଜରେ ସଂପାଦକୀୟ ପୃଷ୍ଠାରେ ପ୍ରକାଶ କରାଯାଇଛି ।

ଏହି ଲେଖାଟି “ସ୍ବାଧିକାର” ନାମକ ଏକ ଦୈନିକ ଓଡ଼ିଆ ଖବର କାଗଜରେ ଗତ ତାରିଖ 24 ଜାନୁଆରୀ 2020 ରେ ସୌମେନ୍ଦ୍ର ଜେନାଙ୍କ ଦ୍ବାରା ଲିଖିତ । ସ୍ତମ୍ଭକାର ମହୋଦୟ ଲେଖାଟିରେ ଅତ୍ୟନ୍ତ ବିକୃତ ତଥ୍ୟ ଅବତାରଣା କରିଛନ୍ତି ଯାହାକି ମହାତ୍ମଗାନ୍ଧୀଙ୍କୁ ଅପମାନ କରିବା ସହିତ ଜାତୀୟ ସଂହତି ଭଙ୍ଗ ଏବଂ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଙ୍କ ଚରିତ୍ରକୁ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ସଂହାର କରାଯାଇଛି । ଲେଖକ ମହୋଦୟ ବିନା କୌଣସି ବିଶ୍ବସନୀୟ ଐତିହାସିକ ଦଲିଲ ବା ତଥ୍ୟ ପ୍ରମାଣ ଆଧାରରେ ଯେଭଳି ଶବ୍ଦରେ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେରେ ଲେଖିଛନ୍ତି ତାହା ଦଣ୍ଡନୀୟ ଅପରାଧ ସଦୃଶ ।

ସେ ଲେଖାରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଲେଖା ଯାଇଛି – ‘ସାବରକରଙ୍କୁ ସମାଲୋଚନା କରୁଥ୍‌ବା ଗାନ୍ଧୀଙ୍କ ସାଅ।ନ୍ତ ମା ପ୍ରକୃତ ଗାନ୍ଧୀ ପରିବାରର ନୁହନ୍ତି’ ।  ତାଙ୍କ ସାଅ।ନ୍ତ ବାପା ଥିଲେ ନବାବ ଜାହାଙ୍ଗୀର ଖାଁଙ୍କ ପୁତ୍ର ଫିରୋଜ ଖାଁ ।  ଏବଂ ସାଅ।ନ୍ତ ମା ଥିଲେ ମାଇମୁନା ବେଗମ (ଓରଫ ଇନ୍ଦିରା ପ୍ରିୟଦର୍ଶିନୀ) ଏମାନେ ଦୁଇ ଜଣ ଲଣ୍ଡନରେ ଏକ ମସଜିଦ ରେ ଏହି ନାମରେ ବିବାହ କରିଥିଲେ । କିନ୍ତୁ ଭାରତୀୟଙ୍କୁ ଠକିବାପାଇଁ ଫିରୋଜ ଆଫିଡେଟିଭ୍ ମାଧ୍ୟମରେ ଖାଁ ରୁ ଗାନ୍ଧୀ କଲେ ଏବଂ ମଇମୁନା ବେଗମ ସ୍ବାମୀଙ୍କ ସାଙ୍ଗିଆକୁ ନେଇ ଗାନ୍ଧୀରେ ପରିଣତ ହେଲେ । ମଇମୁନା ଙ୍କ ପ୍ରଥମ ପୁତ୍ର ରାଜୀବ ଫିରୋଜଙ୍କ ପୁତ୍ର ଥିଲାବେଳେ , ମହମ୍ମଦ ୟୁନିସ୍ ଙ୍କ ଓୌରସରୁ ଜାତ ହୋଇଥିଲେ ଦ୍ବିତୀୟ ପୁତ୍ର ସଂଜୟ ।

ସଂପୃକ୍ତ ଲେଖାଟିରେ ଯେଭଳି ଶବ୍ଦ ଓ ସଂକେତ ବ୍ୟବହାର କରାଯାଇଛି ତାହା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ,ଯିଏକି ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରାଣବଳି ଦେଇଛନ୍ତି । ତାଙ୍କର ଚରିତ୍ର ସଂହାର କରିବା ଏବଂ ତାଙ୍କର ପରିବାର ଓ ଅନୁଗାମୀମାନଙ୍କୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବା ଏହା ନିଃସନ୍ଦେହ । ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନଥିଲେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଓ ସର୍ବୋଚ୍ଚ ନେତ୍ରୀ ମଧ୍ୟ ଥିଲେ । ଗୁରୁତ୍ବପୁର୍ଣ୍ଣ କଥା ହେଲା ,ଯେତେବେଳେ ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ଜବାହରଲାଲ ନେହେରୁଙ୍କ ବାବଦରେ ଅତି ନିମ୍ନ ସ୍ତରର ଲେଖା ଏକ ଦୈନିକ ଖବର କାଗଜରେ ପ୍ରକାଶ ପାଉଛି, ସେ ସମୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ସଂପୁର୍ଣ୍ଣ ନୀରବଦ୍ରଷ୍ଟା । ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ଙ୍କ ସଂପର୍କରେ ଅତ୍ୟନ୍ତ ଅପମାନସୂଚକ ଭିତ୍ତିହୀନ କଥା ଲେଖାଯାଇଛି । ହେଲେ ପ୍ରଦେଶ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ ନୀରବ । ଖବରକାଗଜରେ ବିନା କୌଣସି ପ୍ରାମାଣିକ ତଥ୍ୟ ଆଧାରରେ ଲେଖା ପ୍ରକାଶ କରି ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରକୁ ସର୍ବସାଧାରଣରେ ସଂହାର କରାଯାଉଛି ଅଥଚ ନିରଞ୍ଜନ ଏବଂ ତାଙ୍କର ଦଳଭାଇମାନେ ସଂପୁର୍ଣ୍ଣ ନୀରବ ।

ଚର୍ଚ୍ଚା ହେଉଛି , ଯେତେବେଳେ ଦଳର ନେତାଙ୍କ ସୁରକ୍ଷା ନିଜ ଦଳ ର କାର୍ଯ୍ୟାଳୟରେ ବିପନ୍ନ । କଂଗ୍ରେସ ଭବନରେ ନେତାଙ୍କୁ ବାଉନ୍ସର ଦେଉଛନ୍ତି ସୁରକ୍ଷା,ସେତେବେଳେ ଦଳର ଦିବଂଗତ ନେତାଙ୍କ ଗାରିମାକୁ ସୁରକ୍ଷା ଦେବ କିଏ ? ଲାଗୁଛି ଯେମିତି ନିରଞ୍ଜନ ଓ ତାଙ୍କର  ଛାମୁଆଁ ଦଳଭାଇମାନଙ୍କୁ ସାପ ଶୁଙ୍ଘି ଦେଇଛି ।

ବିରୋଧ ,ବିକ୍ଷୋଭ ,ଥାନା କଚେରୀ ଦୂରର କଥା ନିରଞ୍ଜନ ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି ଭାବରେ ସର୍ବନିମ୍ନ ପ୍ରତିକ୍ରିୟା ସୂଚକ ସଂପୃକ୍ତ ଖବର କାଗଜ ର ପ୍ରକାଶକ ଓ ସଂପାଦକ ଙ୍କ ନିକଟକୁ ପ୍ରତିବାଦ ପତ୍ରଟିଏ ଲେଖିବା ସହ ସେହି ପତ୍ରଟିକୁ ପ୍ରେସ ରିଲିଜ୍ ଭାବେ ମିଡିଆରେ ବାଣ୍ଟି ଦେଇ ପାରିଥାନ୍ତେ । ମାତ୍ର ଲେଖା ପ୍ରକାଶ ହେବାର ଇତି ମଧ୍ୟରେ 5 ଦିନ ବିତି ଯାଇଥିଲେ ମଧ୍ୟ ପିସିସି ସଭାପତି ବା ଦଳ ପକ୍ଷରୁ ଏଯାଏ ସେଭଳି କିଛି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ । ଏଠାରେ ପ୍ରଶ୍ନ ଉଠୁଛି, କଥା କଥାକେ ନିରଞ୍ଜନ ନିଜର ଫେସବୁକ ଏବଂ ଟ୍ବିଟରରେ ସୁନ୍ଦର ଗ୍ରାଫିକ୍ସ ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ବେଳେ ଏଭଳି ସଙ୍ଗୀନ ଘଟଣାରେ ଯାହା ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାରେ ମଧ୍ୟ କଳଙ୍କ ଲଗାଇବାକୁ ପ୍ରୟାସ କରାଯାଇଛି କିନ୍ତୁ ତାର ପ୍ରତିବାଦ କରିବାକୁ ଉଚିତ୍ ମନେ କଲେ ନାହିଁ କାହିଁକି ? ସେପଟେ ନିରଞ୍ଜନ ବାବୁ ଙ୍କୁ ପିସିସି ସଭାପତିରୁ ହଟେଇବାକୁ ପର୍ଯ୍ୟାୟ କ୍ରମେ ନେତାମାନେ ତୁହା କୁ ତୁହା ଦିଲ୍ଲୀ ଯାଇପାରୁଛନ୍ତି ଲବି କରିବାପାଇଁ ,କିନ୍ତୁ ଦଳର ମହାନ ନେତାଙ୍କ ସମ୍ମାନର ସୁରକ୍ଷା ପାଇଁ ସମୟ ନାହିଁ ?

ଚର୍ଚ୍ଚା ହେଉଛି , ଯେତେବେଳେ ଦଳର ନେତାଙ୍କ ସୁରକ୍ଷା ନିଜ ଦଳ ର କାର୍ଯ୍ୟାଳୟରେ ବିପନ୍ନ । କଂଗ୍ରେସ ଭବନରେ ନେତାଙ୍କୁ ବାଉନ୍ସର ଦେଉଛନ୍ତି ସୁରକ୍ଷା,ସେତେବେଳେ ଦଳର ଦିବଂଗତ ନେତାଙ୍କ ଗାରିମାକୁ ସୁରକ୍ଷା ଦେବ କିଏ ? ଲାଗୁଛି ଯେମିତି ନିରଞ୍ଜନ ଓ ତାଙ୍କର  ଛାମୁଆଁ ଦଳଭାଇମାନଙ୍କୁ ସାପ ଶୁଙ୍ଘି ଦେଇଛି।

Related Posts