ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଗାଳି କଲେ ବାଇଡେନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜଣେ ସାମ୍ବାଦିକଙ୍କୁ ଗାଳି କରି ବେଶ ଚର୍ଚ୍ଚାରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଦରଦାମ ବୃଦ୍ଧି ସମ୍ପର୍କରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ବାଇଡେନ ରାଗି ଯାଇଥିଲେ । ଏବଂ ସେହି ସାମ୍ବାଦିକଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଭିଡିଓ ସାମ୍ନାକୁ ଆସିଛି। ବାଇଡେନ ଭାବିଥିଲେ ଯେ ତାଙ୍କ ସାମ୍ନାରେ ଥିବା ମାଇକ ଅଫ ଅଛି। ହେଲେ ଏହା ଅନ୍ ଥିବାରୁ ତାଙ୍କର ସବୁ କଥା ଧରା ପଡ଼ିଯାଇଛି। ପ୍ରଥମେ ବାଇଡେନ ପ୍ରଶ୍ନ ଶୁଣି କିଛି ସମୟ ଚୁପ ରହିଥିଲେ। ଏହାପରେ କହିଥିଲେ ଯେ “ଏହା ବଡ଼ ସମ୍ପତ୍ତି, ଅଧିକ ମୁଦ୍ରାସ୍ଫୀତି।” ଏହାପରେ ସେ ତଳକୁ ଅନାଇ ଗାଳି କରିଥିଲେ।

ଫକ୍ସ ନ୍ୟୁଜର ସାମ୍ବାଦିକ ପ୍ରାଥମିକ ଅବସ୍ଥାରେ ବାଇଡେନଙ୍କ ଅଭଦ୍ର ଶବ୍ଦକୁ ଠିକ ଭାବେ ଶୁଣି ପାରି ନଥିଲେ। କାରଣ ସେ ଅଭଦ୍ର ଭାଷା ପ୍ରୟୋଗ କରିବା ସମୟରେ ଉକ୍ତ କଠୋରୀରେ ପ୍ରବଳ ଭିଡ଼ ହୋଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବାଇଡେନ ବ୍ୟବହାର କରିଥିବା ଶବ୍ଦର ଭିଡିଓ ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତେ ବାଇଡେନଙ୍କୁ ସମାଲୋଚନା କରିଛନ୍ତି।

Related Posts