ୟୁପି ପଲିଟିକ୍ସ; କାପୁରୁଷ ଲୋକ ଲଢ଼େଇ କରି ପାରିବେ ନାହିଁ, ଦଳ ଛାଡ଼ି ବିଜେପିରେ ମିଶିବା ପରେ ଆରପିଏନ ସିଂହଙ୍କୁ ଏପରି କହିଲେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ମିଳିଛି । ଦଳର ବରିଷ୍ଠ ନେତା ଆରପିଏନ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି । ଏହା ମଧ୍ୟରେ କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଆରପିଏନ ସିଂହଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏହା ବହୁତ ବଡ ଲଢେଇ। ଏଥିରେ କାପୁରୁଷ ଲୋକ ଲଢି ପାରିବେ ନାହିଁ। ଏହି ମୁସ୍କିଲ ଲଢେଇ ସାହାସ, ବୀରତା, ବାହାଦୂରୀରେ ଲଢାଯାଇ ପାରିବ। କାରଣ ଏହି ଲଢେଇ ଏକ ଦମ୍ଭକାରୀ ସରକାର, ତାର ଅହଙ୍କାର, ସେମାନଙ୍କର ଏଜେନ୍ସି, ପୁଞ୍ଜିବାଦୀ ଏବଂ ସବୁ ପ୍ରକାରର ଦ୍ଵେଷ ବିରୋଧରେ ଲଢାଯାଉଛି।

ଏସବୁ ବିରୋଧରେ ଲଢିବା ପାଇଁ ସାହାସ ଦରକାର। ଏହା ସତ୍ୟର ଲଢେଇ ବୋଲି ଶ୍ରୀନେତ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ମତରେ କାପୁରୁଷ ଲୋକ ଏହି ଲଢେଇ ଲଢି ପାରିବେ ନାହିଁ। ସେ ନିଜ ପକ୍ଷରୁ ଦଳ ଛାଡୁଥିବା ନେତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା ଦେଇଥାନ୍ତି। ଆଶା କରୁଛୁ, ବୋଧହୁଏ ସମୟ ଆସିଲେ ସେ ଜାଣି ପାରିବେ ଯେ, ପ୍ରତିକୂଳ ପରିସ୍ଥିତିରେ ଲଢେଇ କରିବା ହିଁ ବୀରର କର୍ତ୍ତବ୍ୟ ବୋଲି କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି ।

Related Posts