ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ନିଖୋଜ; ଦାଏର ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ନିଖୋଜ । ଆଦିବାସୀ ଯୁବତୀ ତଥା ଡିପ୍ଲୋମା ଇଂଜିନିୟରିଂ ଭଳି ଉଚ୍ଚଶିକ୍ଷା ଲାଭ କରିଥିବା ରିନା କବାସୀଙ୍କୁ ମାଲକାନଗିରି କାଲିମେଳା ଜୋନ- ୨ ଲାଗି ବିଜେପି ପାର୍ଥୀ କରି ମନୋନୟନ ପତ୍ର ଦାଖଲ କରିଥିଲା । ତେବେ ଗତ ୨୩ ତାରିଖ ସନ୍ଧ୍ୟାରେ ରିନା ବିଜେପି ଦଳର ଅଜାଣତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି କେଉଁ ଆଡେ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଏ ନେଇ ବିଜେପି ପକ୍ଷରୁ କାଲିମେଳା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ସେଠାରେ ବିଜେପିର ବିଜୟ ସମ୍ଭାବନ ଅଧିକ ଥିବାରୁ ବିରୋଧୀ ଦଳ ଷଡଯନ୍ତ୍ର କରିବା ସହ ଆର୍ଥିକ ଲୋଭ ଓ ଚାପ ପ୍ରୟୋଗ କରି ଏପରି କାମ କରିଥିବା ଅଭିଯୋଗ କରିଛି ବିଜେପି । ଅନ୍ୟପଟେ ବିଜେପି ୧୪ ଟି ଆସନରେ ଲଢେଇ କରି ଜିଲ୍ଲା ପରିଷଦ ଗଠନ କରି ୨୦୧୭ ଫଳାଫଳ ଦୋହରାଇବ ବୋଲିି ଦମ୍ଭୋକ୍ତି ପ୍ରକାଶ କରିଛି ।

Related Posts