ଜମ୍ମୁକଶ୍ମୀରରେ ବଡ ଦୁର୍ଘଟଣା: ନଦୀକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍‌, ୪ ITBP ଯବାନ ସହିଦ

ଶ୍ରୀନଗର: ଜମ୍ମୁକଶ୍ମୀରରେ ଘଟିଛି ଏକ ବଡ ଦୁର୍ଘଟଣା। ନଦୀକୁ ଖସି ପଡ଼ିଛି ୩୯ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌। ଜମ୍ମୁକଶ୍ମୀର ଚନ୍ଦନବାଡିରେ ଏହି ଦୁର୍ଘଟଣା ଘଟିଛି।

ତେବେ ବ୍ରେକ୍ ଫେଲ୍ ହେବା କାରଣରୁ ଏହି ବଡ଼ ଅଘଟଣ ଘଟିଥିବା କୁହାଯାଉଛି । ପହଲଗାମରେ ନଦୀକୁ ବସ୍‌ଟି ଖସିଯାଇଥିବା ସୂଚନା ମଳିଛି। ଏଥିରେ ୪ ଜଣ ଆଇଟିବିପି ଯବାନ ସହିଦ ହୋଇଛନ୍ତି । ଏଥିସହ ଅନେକ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

Related Posts