ପଞ୍ଜାବ ଜେଲରେ ଥିବା ଅପରାଧୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ; ୫୦ ଦିନରେ ଜେଲରୁ ଜବତ ହେଲାଣି ୭୧୦ଟି ମୋବାଇଲ ଫୋନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ଜେଲରେ ଥିବା ଅପରାଧୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ମାତ୍ର ୫୦ ଦିନରେ ଜେଲରୁ ଜବତ ହେଲାଣି ୭୧୦ଟି ମୋବାଇଲ ଫୋନ । ଏହା ସହ ଜେଲରୁ ଭିଆଇପି ସଂସ୍କୃତିକୁ ମୂଳୋତ୍ପାଟନ କରିବା ପାଇଁ ପଞ୍ଜାବ ସରକାର ସମସ୍ତ ଭିଆଇପି ସେଲକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୬ ରୁ ମେ ୧୦ ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା, ଯାହା ଅଧୀନରେ ବନ୍ଦୀମାନଙ୍କ ନିକଟରୁ ପ୍ରାୟ ୭୧୦ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା।

ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ୧୬୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବାବେଳେ ଏପ୍ରିଲ ୧ ରୁ ୩୦ ଏପ୍ରିଲ ମଧ୍ୟରେ ୩୫୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହା ବ୍ୟତୀତ ମେ ୧ ରୁ ମେ ୧୦ ମଧ୍ୟରେ ୧୯୦ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଜ୍ଝ ସେ କହିବା ମୁତାବକ ଏହି ମୋବାଇଲ୍ ଦ୍ୱାରା ଗ୍ୟାଙ୍ଗଷ୍ଟର ତଥା ଅପରାଧୀମାନେ ଜେଲରେ ରହି ବି ଅପରାଧ ସାମ୍ରାଜ୍ୟ ଚଳାଉଥିଲେ ଜ୍ଝ ଯେଉଁମାନଙ୍କ ନାମରେ ଏହି ଫୋନ ନମ୍ବର ରହିଛି, ସେମାନଙ୍କୁ ଯାଞ୍ଚ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts