କାବୁଲରେ ବଡ଼ ବିସ୍ଫୋରଣ; ୨୫ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାବୁଲରେ ବଡ଼ ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଏହି ଦୁଇଟି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି ।

ପ୍ରଥମ ବିସ୍ଫୋରଣ ମୁମତାଜ ବିଦ୍ୟାଳୟରେ ଘଟିଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଅନ୍ୟ ଏକ ବିଦ୍ୟାଳୟ ନିକଟରେ ଘଟିଥିଲା । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିବାବେଳେ ବିଦ୍ୟାଳୟ ନିକଟରେ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ବି ଏହା ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ହାତ ଥିବା ସନ୍ଦେହ କରାଯାଉଛି ।

Related Posts