ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା; କାର ମଧ୍ୟରୁ ୧ କ୍ୱିଣ୍ଟାଲ ୨୭ କେଜି ଗଂଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ରା ସୀମାନ୍ତ ବର୍ତୀଇଲାକାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ମାଛକୁଣ୍ଡ ଲମତାପୁଟ ପୋଲିସ । କୋରାପୁଟ ଜିଲ୍ଲା ଲମତାପୁଟ ସୂର୍ମି ଗାଁ ଛକ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଚାଲଣ କରୁଥିବା ଜଣେ ବୋପାରୀକୁ ବାନ୍ଧିଛି ପୋଲିସ ।୫ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ସୂର୍ମି ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲେ । ଖବର ମୁତାବାକ ଏକ କାର ଦୃତ୍ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ । କାର କୁ ଅଟକାଇ ଯାଞ୍ଚ କରିବାରୁ କାର ଭିତରୁ ୫ଟି ଗାଞ୍ଜେଇ ବସ୍ତା ବାହାର କରିଥିଲା ପୋଲିସ । ୫ ଟି ବସ୍ତାରେ ପ୍ରାୟ ୧ କ୍ୱିଣ୍ଟାଲ ୨୭ କେଜି ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ କହଛି । ଏବଂ କାର ଥିବା ଜଣକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଜୟପୁର ବାରଣି ପୁଟ ଗ୍ରାମର ଜିତୁ ବିଶ୍ଵାଳ ବୋଲି ଜଣା ପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପୋଲିସ କଡ଼ା ପଦକ୍ଷେପ ନେଉ ଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ରେ ରୋକ୍ ଲାଗି ପାରୁନି । ଅଞ୍ଚଳ ର ଯୁବ ପିଢ଼ି ମୋଟା ଅଙ୍କର ଟଙ୍କା ଲୋଭରେ ବେଆଇନ ଗଞ୍ଜେଇ ଚୋରା ଚାଲଣ ରେ ଲିପ୍ତ ରହୁଥିବା ହେତୁ ପୋଲିସ ପାଇଁ ବହୁ ଚ୍ୟାଲେଞ ସୃଷ୍ଟି କରିଛି ।

Related Posts