କଂଗ୍ରେସ ସାଂସଦଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ; ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି।କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ହଙ୍ଗାମା କରିଥିଲେ।ଏହାଫଳରେ ପ୍ରଶ୍ନକାଳ ଚାଲି ପାରି ନଥିଲା। ତାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି।

Related Posts