ୟୁପି କଂଗ୍ରେସର ନୂତନ ସଭାପତି ଭାବେ ନିଯୁକ୍ତ ହେଲେ ବ୍ରିଜଲାଲ ଖାବ୍ରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି। ଶନିବାର ଦଳ ପକ୍ଷରୁ ୟୁପି କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଦଳ ବ୍ରିଜଲାଲ ଖାବ୍ରିଙ୍କୁ ୟୁପି କଂଗ୍ରେସର ସଭାପତି ଦାୟିତ୍ୱ ଦେଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଏନେଇ ଶନିବାର ଏକ ନୋଟିସ ଜାରି କରି ଦଳର ନୂତନ ୟୁପି ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ତୁରନ୍ତ ପ୍ରଭାବରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ବାରା ଉତ୍ତରପ୍ରଦେଶ କଂଗ୍ରେସ କମିଟିର ସଭାପତି ଓ ପ୍ରାଦେଶିକ ସଭାପତି ନିଯୁକ୍ତ ହୋଇଛନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ବ୍ରିଜଲାଲ ଖାବ୍ରିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।

ତେବେ ରାଜ୍ୟ ସଭାପତିଙ୍କ ବ୍ୟତୀତ ଦଳ ୟୁପିରେ ୬ଜଣ ପ୍ରାଦେଶିକ ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରିଛି। ଦଳ ପକ୍ଷରୁ ନସିମୁଦ୍ଦିନ ସିଦ୍ଦିକି, ଅଜୟ ରାୟ, ବିରେନ୍ଦ୍ର ଚୌଧୁରୀ, ନକୁଲ ଦୁବେ, ଅନିଲ ଯାଦବ (ଏଟାୱା) ଏବଂ ଯୋଗେଶ ଦୀକ୍ଷିତଙ୍କୁ ପ୍ରାଦେଶିକ ସଭାପତି ଭାବରେ ଦାୟିତ୍ବ ଦିଆଯାଇଛି। ତେବେ ପୂର୍ବରୁ କଂଗ୍ରେସ ରାଜ୍ୟରେ ରାଜ୍ୟ ସଭାପତିଙ୍କ ସହ ୬ଜଣ ପ୍ରାଦେଶିକ ସଭାପତି ନିଯୁକ୍ତ କରିବ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା।

Related Posts