କେନ୍ଦ୍ରାପଡ଼ା:ନଦୀରେ ଭାସୁଛି ବିଶାଳ ତିମି

କେନ୍ଦ୍ରାପଡ଼ା ଅହିରାଜପୁର ଗାଁ ନିକଟ ନଦୀରେ ଏକ ବିଶାଳକାୟ ଜୀବ ଭାସୁଥିବା ଦେଖି ଲୋକେ ଭୟଭୀତ ହୋଇଗଲେ । ପାଖକୁ ଯାଇ ଦେଖିଲେ ତ ନିଜ ଆଖିକୁ ବିଶ୍ବାସ କରିପାରିଲେନି ସ୍ଥାନୀୟ ଲୋକେ । ତାହା ଥିଲା ଏକ ବିଶାଳକାୟ ତିମି ।

ତିମିଟି ମୃତ ଅବସ୍ଥାରେ ନଦୀରେ ଭାସୁଥିଲା । ଭିତରକନିକା ଅଞ୍ଚଳରେ ଆସୁଥିବା ଅହିରାଜପୁର ଗାଁ ପାଖ ଦେଇ ବୋହିଯାଇଥିବା ବାଉଁଶଗଡ଼ା ନଦୀରେ ଏହି ତିମି ଭାସୁଛି । ତିମିଟିର ଲମ୍ବ ପ୍ରାୟ ୩୫ ଫୁଟ୍‌ ହେବ ।

ତିମି ଭାସୁଥିବା ଖବର ପାଇବା ପରେ ତାକୁ ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି । ତିମିଟି କେମିତି ମଲା ତାହା ଜଣାପଡ଼ିନାହିଁ । ତେବେ ଅନୁମାନ କରାଯାଉଛି ଜୁଆରରେ ସମୁଦ୍ରରୁ ତିମିର ମୃତଦେହ ଭାସି ଆସିଥାଇପାରେ ।

ମାସକ ତଳେ ହବାଳିଖଟି ନିକଟରୁ ମଧ୍ୟ ୩୦ ଫୁଟ ଲମ୍ବ ତିମିର ମୃତ୍ୟୁ ହୋଇଥିଲା ।

Related Posts