ଟେନିସ୍‌ରୁ ଅବସର ନିଷ୍ପତ୍ତି ନେଲେ ଆଣ୍ଡି ମୁରେ

ବ୍ରିଟେନର ଆଣ୍ଡି ମୁରେ ଟେନିସରୁ ଅବସର ଘୋଷଣା କରିଛନ୍ତି । ଚଳିତ ବର୍ଷ ସେ ଟେନିସରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ୱିମ୍ବଲଡନରେ ଭାଗ ନ ନେଲେ ସମ୍ଭବତଃ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ହେବ ମୁରେଙ୍କ ଶେଷ ଗ୍ରାଣ୍ଡସ୍ଲାମ । ବିଶ୍ବର ପୂର୍ବତନ ଏକ ନମ୍ବର ଟେନିସ୍‌ ଖେଳାଳି ତଥା ୩ଥର ଗ୍ରାଣ୍ଡସ୍ଲାମ ବିଜେତା ମୁରେ ଆଘାତ କାରଣରୁ ଗତବର୍ଷ ଅଷ୍ଟ୍ରେଲିଆନ୍‌ ଓପନରୁ ଓହରି ଯାଇଥିଲେ । ବର୍ଷ ସାରା ମାତ୍ର ୪ଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଚଳିତ ବର୍ଷ ବ୍ରିସବେନ ଓପନର ଦ୍ବିତୀୟ ରାଉଣ୍ଡରୁ ପରାଜିତ ହେବା ପରେ ଆଣ୍ଡି ମୁରେ ଅବସର ନେଇ ଘୋଷଣା କରିଛନ୍ତି ।

Related Posts