ବିବାହ ଭୋଜିକୁ ଯାଉଥିବା ବେଳେ ବଡ ଅଘଟଣ: ୭ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଚିନ୍ଦଓ୍ୱାରା ଜିଲ୍ଲାରେ ଏକ ଭୟଂକର ଦୁର୍ଘଟଣା ଘଟିଛି । ବିବାହ ଭୋଜିକୁ ଯାଉଥିବା ବେଳେ ଏହି ବଡ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ ଘଟିଛି ।

ସୂଚନାନୁସାରେ, ଗୁରୁବାର ସକାଳେ ଗୋଟିଏ ପରିବାରର ୭ ଜଣ ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଯାଉଥିଲେ । ତେବେ ସେମାନେ ଯାଉଥିବା କାରଟି ରାସ୍ତା କଡକୁ ଖସି ଯାଇଥିଲା । ରାସ୍ତା କଡରେ ଥିବା ବଡ ଗର୍ତ୍ତ ମଧ୍ୟକୁ କାରଟି ଖସି ପଡିବାରୁ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । ଗାଡିଟି ଗଭୀର ଗର୍ତ୍ତରେ ପଡିଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହୋଇଥିଲା । ତେବେ ପୋଲିସ ବାହିନୀ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି।

Related Posts