ଆଜି ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଆରଜେଡିରୁ ୧୬, ଜେଡିୟୁରୁ ୧୧, କଂଗ୍ରେସରୁ ୨ ଜଣ ନେଇପାରନ୍ତି ଶପଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଭାରତୀୟ ଜନତା ପାର୍ଟି (ଭାଜପା)ର ହାତ ଛାଡି ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କ ସହ ମିଶି ସରକାର ଗଠନ କରିଛନ୍ତି । ଏହା ପରେ ବିହାରର ମୁଖ୍ୟମନ୍ତ୍ରୀ ରୂପେ ନୀତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ରୂପେ ତେଜସ୍ଵୀ ଯାଦବ ଶପଥ ନେଇଛନ୍ତି। ତେବେ ନବ ଗଠିତ ଆରଜେଡି ଓ ଜେଡିୟୁ ନୂଆ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ସୂଚନା ମିଳିଛି। ମେଣ୍ଟ ସରକାରରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ସହମତି ପ୍ରକାଶ ପାଇଛି । ମଙ୍ଗଳବାର ସକାଳ ୧୧ଟା ୩୦ରେ ରାଜଭବନ ପରିସରରେ ଏକ ନିରାଡମ୍ବର ସମାରୋହରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ । ଏହି ମନ୍ତ୍ରୀମଣ୍ଡଳରେ ଲାଲୁ ଯାଦବଙ୍କ ବଡ଼ ପୁଅ ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କ ବଡ଼ ଭାଇ ତେଜ ପ୍ରଦାପ ଯାଦବଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଅନୁମାନ କରାଯାଉଛି।

ଏହି ସମାରୋହରେ ଅତିଥି ଭାବେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଯୋଗଦେଇ ପାରନ୍ତି । ଏଥିଲାଗି ସୋମବାର ସେ ପାଟନା ପହଞ୍ଚିବାର ଥିଲା ହେଲେ ଦଳ ପକ୍ଷରୁ ସୂଚନା ଦିଆଯାଇଛି କି ସେ ମଙ୍ଗଳବାର ସକାଳେ ପାଟନାରେ ପହଞ୍ଚିବେ । ବିହାର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩୬ ମନ୍ତ୍ରୀ ରହିପାରିବେ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୩୧ ମନ୍ତ୍ରୀ ଶପଥ ନେଇ ପାରନ୍ତି । ଏମାନଙ୍କ ମଧ୍ୟରୁ ରାଷ୍ଟ୍ରୀୟ ଜନତା ଦଳରୁ ସର୍ବାଧିକ ୧୬ ଓ ଜେଡିୟୁରୁ ୧୧ ବିଧାୟକ ମନ୍ତ୍ରୀ ହୋଇପାରନ୍ତି । ଏହା ବ୍ୟତୀତ କଂଗ୍ରେସରୁ ୨, ହମ ପାର୍ଟିିରୁ ୧ ଓ ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ । କୁହାଯାଉଛି କି ମନ୍ତ୍ରିମଣ୍ଡଳର ସିପିଆଇ-ଏମଏଲ, ସିପିଆଇ ଓ ସିପିଏମକୁ ସ୍ଥାନ ମିଳିନାହିଁ । ମହାମେଣ୍ଟରେ ଜେଡିୟୁ, ଆରଜେଡି, କଂଗ୍ରେସ, ସିପିଆଇ-ଏମଏଲ, ହମ, ସିପିଆଇ ଓ ସିପିଏମ ମୋଟ ୭ ଦଳ ରହିଛନ୍ତି ।

Related Posts