ପାଟନା: ପୁଣିଥରେ କରୋନା ସଂକ୍ରମିତ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ୭୧ ବର୍ଷୀୟ ନୀତୀଶ ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି।
ଚଳିତ ବର୍ଷ ଜାନୁଆରିରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ନୀତୀଶ ଚିକିତ୍ସିତ ହେଉଛନ୍ତି ଏବଂ ଗୃହ ସଙ୍ଗରୋଧରେ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏକ ବିବୃତି ଜାରି ହୋଇଛି।
ନୀତୀଶ ଗତ ୨-୩ ଦିନ ହେବ ଅସୁସ୍ଥ ଅଛନ୍ତି ବୋଲି ସିଏମ୍ଓ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ନୀତୀଶ ସୋମବାର ଦିନ କରୋନା ଟେଷ୍ଟ୍ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ନୀତୀଶଙ୍କ ଖରାପ ସ୍ବାସ୍ଥ୍ୟ ପାଇଁ ସେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରିଲେନି ବୋଲି ସିଏମ୍ଓ ଅଫିସ୍ ପକ୍ଷରୁ କୁହାଯାଇଛି ।