ବିହାର ରାଜନୀତି: ମେଣ୍ଟ ସରକାର ଭାଙ୍ଗିବାକୁ ଅଣ୍ଟା ଭିଡ଼ିଲା ବିଜେପି !

ପାଟନା: ସରଗରମ୍ ରହିଛି ବିହାର ରାଜନୀତି। ବିଜେପି ସହ ମେଣ୍ଟ ସରକାର ଭାଙ୍ଗିବାକି ନେଇ ବିହାରରେ ନୀତୀଶ କୁମାର ବିଜେପି ସହ ଧୋକା କରିଥିବା ବିଜେପି ଅଭିଯୋଗ ଆଣିଛି। ଏଥିସହ ବିଜେପି ସରକାର ଭାଙ୍ଗିବା ନେଇ ଗୋଟି ଚଳାଇବା ଆରମ୍ଭ କରିଦେଇଛି।

ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ସିହ୍ନା ଜେଡିୟୁ-ଆର୍‌ଜେଡି ମେଣ୍ଟ ଭାଙ୍ଗି ବିଜେପିକୁ କ୍ଷମତାକୁ ଆଣିବାକୁ ଯୋଜନା ଆରମ୍ଭ କରିଦେଛନ୍ତି। ଏପଟେ ମେଣ୍ଟ ସରକାର ସ୍ପିକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା କାମ ଆରମ୍ଭ କରିଦେଇଛନ୍ତି। ହେଲେ ବିଧାନସଭା ଅଧିବେଶନ ବିଳମ୍ବ ଅଛି। ଅଗଷ୍ଟ ୨୪ ତାରିଖରେ ଅଧିବେଶନ ବସିବ। ଆଉ ଏତିକି ସମୟ ଭିତିରେ ବିଜେପି ତା କାମ କରିଦେଇଥିବା ବୋଲି କୁହାଯାଉଛି।

ସାଧାରଣତଃ ସରକାର ବଦଳିବା ପରେ ଅଧ୍ୟକ୍ଷଙ୍କ ଇସ୍ତଫା ସମ୍ଭାବନା ଅଧିକ ରହିଥାଏ। କିନ୍ତୁ ସିହ୍ନା ପଦ ଛାଡ଼ିବାକୁ ମନା କରିବା ପରେ ମେଣ୍ଟ ସରକାର ତାଙ୍କ ବିରୋଧରେ ବିଧାନସଭା ସଚିବଙ୍କୁ ଅବିଶ୍ୱାସ ପ୍ରସ୍ତାବ ପାଇଁ ନୋଟିସ୍ ଦେଇଛନ୍ତି। ମେଣ୍ଟ ସରକାର ପାଖରେ ବହୁମତ ଥିବାରୁ ବାଚସ୍ପତି ପଦ ହରାଇବା ନିଶ୍ଚିତ।

ତେବେ ନିୟମ ଅନୁସାରେ ଅନାସ୍ଥା ନୋଟିସ୍ ଆସିବାର ୧୪ ଦିନ ପରେ ଏହା ଉପରେ ଚର୍ଚ୍ଚା ହୋଇଥାଏ। ଆଉ ବିଧାନସଭା ଅଧିବେସନ ଆରମ୍ଭ ହେବା ପରେ ପ୍ରଥମେ ଏହା ଉପରେ ଆଲୋଚନା କରାଯାଇଥାଏ। ତେଣୁ ନୋଟିସ୍‌ ଦେବାର ୧୪ ଦିନ ଅଗଷ୍ଟକ ୨୩ ରେ ପୂରିବ। ଆଉ ୨୪ପେ ଆଲୋଚନା ହେବ। ତେବେ ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ସ୍ପିକର ଆଉ ଗୃହରେ ଅଧ୍ୟକ୍ଷତା କରିପାରନ୍ତି ନାହିଁ। ତେଣୁ ଡେପୁଟି ସ୍ପିକର କାମ ସମ୍ବାଳନ୍ତି ।

Related Posts