ଶ୍ରୀଲଙ୍କାରେ ସିରିସେନାଙ୍କୁ ଝଟ୍‌କା, ବହୁମତ ସାବ୍ୟସ୍ତ କଲେ ବିକ୍ରମାସିଂଘେ

ଶ୍ରୀଲଙ୍କା ରାଜନୀତିରେ ଘମାସାନ ଜାରି ରହିଛି । ଶ୍ରୀଲଙ୍କାର ବିତାଡ଼ିତ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମାସିଂଘେ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି । ୨୨୫ ସାଂସଦଙ୍କ ମଧ୍ୟରୁ ୧୧୭ ସାଂସଦ ତାଙ୍କ ନେତୃତ୍ବରେ ବିଶ୍ବାସ ପ୍ରସ୍ତାବ ପାରିତ କରିଛନ୍ତି ବିକ୍ରମାସିଂଘେ । ବିଶ୍ବାସ ପ୍ରସ୍ତାବ ପାରିତ ହେବା ରାଷ୍ଟ୍ରପତି ସିରିସେନାଙ୍କ ପାଇଁ ଏକ ବଡ଼ ଝଟକା ।

ବ୍ୟକ୍ତିଗତ ପସନ୍ଦ ନାପସନ୍ଦ କାରଣରୁ ବିକ୍ରମାସିଂଘେଙ୍କୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ସିରିସେନା । ଅନ୍ୟପଟେ ସଂସଦରେ ପୂ୍ର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ବହୁମତ ସାବ୍ୟସ୍ତ କରିବାରେ ଏଯାଏଁ ବିଫଳ ହୋଇଛନ୍ତି । ମୁଖ୍ୟ ତାମିଲ ଅଳ୍ପ ସଂଖ୍ୟକ ପାର୍ଟି ଟିଏନ୍‌ଏ ବିଶ୍ବାସ ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଥିଲା ।

ଅନ୍ୟପଟେ ଜେବିପି ମତଦାନରୁ ଦୂରରେ ରହିଥିଲା । ଯଦି ଜେବିପି ବିକ୍ରମାସିଂଘେଙ୍କ ସମର୍ଥନ ପରେ ମତଦାନ କରିଥାନ୍ତା, ତାହେଲେ ସଂସଦରେ ତାଙ୍କ ସ୍ଥିତି ଆହୁରି ମଜଭୁତ ହୋଇଥାନ୍ତା । ଶ୍ରୀଲଙ୍କାରେ ଲାଗିଥିବା ରାଜେନୖତିକ ସଂଘର୍ଷ ମଧ୍ୟରେ ସିରିସେନା ୨୬ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ବରଖାସ୍ତ କରିଦେଇଥିଲେ । ଆଉ ତାଙ୍କ ସ୍ଥାନରେ ରାଜପକ୍ଷେଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ସଂସଦ ଓ ସୁପ୍ରିମକୋର୍ଟ ସିରିସେନାଙ୍କ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ।

Related Posts